ସାରା ଦେଶରେ BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍
ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ କନେକ୍ଟିଭିଟି ସୁବିଧା ମିଳିବ। ଏନେଇ ଦୂର ସଂଚାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

VoWiFi ଗ୍ରାହକଙ୍କୁ ୱାଇଫାଇ ନେଟୱାର୍କରେ ଭଏସ୍ କଲ୍ ଏବଂ ମେସେଜ୍ କରିବା ପାଇଁ ସୁବିଧା ଦେବ। ଏହାଦ୍ଵାରା ଘର, ଅଫିସ୍, ବେସମେଣ୍ଟ ଏବଂ ଅପହଞ୍ଚ ଅଞ୍ଚଳ ଭଳି ଦୁର୍ବଳ ମୋବାଇଲ୍ ସିଗନାଲ ଥିବା ଅଞ୍ଚଳରେ ସ୍ପଷ୍ଟ ଏବଂ ନିର୍ଭରଯୋଗ୍ୟ ସଂଯୋଗ ସୁନିଶ୍ଚିତ କରିବ। ଏହା ଏକ IMS ଆଧାରିତ ସେବା। ଯାହା ୱାଇଫାଇ ଏବଂ ମୋବାଇଲ୍ ନେଟୱାର୍କ ମଧ୍ୟରେ ନିର୍ବିଘ୍ନ ହସ୍ତାନ୍ତର କରିବ। ତୃତୀୟ-ପକ୍ଷ ଆପ୍ଲିକେସନ୍ ଆବଶ୍ୟକ ନକରି ଗ୍ରାହକଙ୍କ ମୋବାଇଲ୍ ନମ୍ବର ଏବଂ ଫୋନ୍ ଡାଏଲର୍ ବ୍ୟବହାର କରି କଲ୍ କରାଯାଏ। ଏହି ସେବା ବିଶେଷ ଭାବରେ ମୋବାଇଲ୍ କଭରେଜ୍ ସୀମିତ ଥିବା ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ଲାଭଦାୟକ ହେବ।
VoWiFi ନେଟୱାର୍କ ଭିଡ଼ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ Wi-Fi କଲ୍ ପାଇଁ କୌଣସି ଅତିରିକ୍ତ ଶୁଳ୍କ ବିନା ମାଗଣାରେ ପ୍ରଦାନ କରିଥାଏ। VoWiFiର ଶୁଭାରମ୍ଭ ନେଟୱାର୍କ ଆଧୁନିକୀକରଣ ଏବଂ ସାରା ଦେଶରେ ସଂଯୋଗକୁ ଉନ୍ନତ କରିବା ଦିଗରେ BSNLର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଶେଷକରି ଅନୁନ୍ନତ ଅଞ୍ଚଳରେ ଏହା ସହାୟକ ହେବ।
VoWiFi ଅଧିକାଂଶ ଆଧୁନିକ ସ୍ମାର୍ଟଫୋନରେ ସପୋର୍ଟ କରିବ। ଗ୍ରାହକମାନଙ୍କୁ କେବଳ ସେମାନଙ୍କ ହ୍ୟାଣ୍ଡସେଟ୍ ସେଟିଂସରେ Wi-Fi କଲିଂ ସେଟିଂ କରିବାକୁ ପଡିବ। ଏଥିପାଇଁ, ଗ୍ରାହକମାନେ ନିକଟତମ BSNL ଗ୍ରାହକ ସେବା କେନ୍ଦ୍ରକୁ ଯାଇ କରିପାରିବେ କିମ୍ବା BSNL ହେଲ୍ପଲାଇନ୍ ନଂ- 18001503ରେ ଯୋଗାଯୋଗ କରିପାରିବେ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications