ଗ୍ରାହକଙ୍କ ପାଇଁ ଦମଦାର ଅଫର୍ ଆଣିଲା ବିଏସଏନଏଲର, ମାତ୍ର ୧୩ ଟଙ୍କାରେ...

ନିକଟରେ ବିଭିନ୍ନ ଟେଲିକମ୍‌ କମ୍ପାନୀ ନିଜର ରିଚାର୍ଜ ପ୍ଲାନ୍‌ର ଦାମ୍‌ରେ ପରିବର୍ତ୍ତନ ସହ କିଛି କିଛି ନୂଆ ପ୍ଲାନ୍‌ ମଧ୍ୟ ଲଞ୍ଚ କରିଛନ୍ତି । ସେହିପରି ବିଏସଏନଏଲ୍‌ ମଧ୍ୟ ଅନେକ ରିଚାର୍ଜ ପ୍ଲାନ୍‌ ଆଣିଛି । ଫଳରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଉତ୍ତମ ସୁବିଧା ଓ ବିଭିନ୍ନ ବିକଳ୍ପକୁ ନଜରରେ ରଖି ଉପଭୋକ୍ତାମାନେ ବିଏସଏନଏଲ୍‌କୁ ପସନ୍ଦ କରୁଥିବା ଦେଖାଯାଉଛି । ନିକଟରେ ବିଏସଏନଏଲ ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନେକ ରିଚାର୍ଜ ପ୍ଲାନ୍‌ ଆଣିଛି ।

BSNL

ବିଏସଏନଏଲ ଦୀର୍ଘ ସମୟରୁ ନିଜର ଶସ୍ତା ଓ ଅଧିକ ସମୟସୀମା ପ୍ଲାନ୍‌ ପାଇଁ ବେଶ ଜଣାଶୁଣା ।
ବିଏସଏନଏଲ ନିକଟରେ ୭୦ ଦିନ, ୪୫ଦିନ, ୧୫୦ ଦିନ,୧୬୦ ଦିନ, ୧୮୦ ଦିନ, ୩୬୫ ଓ ୪୨୫ ଦିନ ପାଇଁ ମଧ୍ୟ ରିଚାର୍ଜ ପ୍ଲାନ୍‌ ରହିଛି । ନିକଟରେ କମ୍ପାନୀ ଏକ ନୂଆ ପ୍ଲାନ୍‌ ଲଞ୍ଚ କରିଛି ଯାହା କମ୍‌ ଦାମ୍‌ରେ ହାଇ-ସ୍ପିଡ୍‌ ଡାଟା ଦେଇଥାଏ ।

ବିଏସଏନଏଲ ନିଜର ପୋଷ୍ଟପେଡ୍‌ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ୩୯୯ ଟଙ୍କାର ପ୍ଲାନ୍‌ । ଏଥିରେ ମାସକୁ ୭୦ ଜିବି ଡାଟା ପ୍ରଦାନ କରାଯାଉଛି । ଏହାସହ ଡାଟା ରୋଲଓଭରର ମଧ୍ୟ ସୁବିଧା ରହିଛି । ଯେଉଁଥିରେ ୨୧୦ ଜିବି ପର୍ଯ୍ୟନ୍ତ ଡାଟା ଆସନ୍ତା ମାସ ପାଇଁ ରଖି ପାରିବେ । ଏହି ପ୍ଲାନ୍‌ରେ ମାଗଣା କଲିଙ୍ଗ୍‌ ସହ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ଏହି ପ୍ଲାନ୍‌ ଖାସ୍‌ ହେବାର କାରଣ ଦିନକୁ ମାତ୍ର ୧୩ ଟଙ୍କାରେ ସମସ୍ତ ପ୍ରକାର ସୁବିଧା ମିଳିପାରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+