ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇଲା 'ବିଏସଏଫ୍'
ପଞ୍ଜାବ:ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇଲା 'ବିଏସଏଫ୍'। ଏପରି ଘଟଣା ପଞ୍ଜାବର ଅମୃତସରରେ ଘଟିଛି । ଡ୍ରୋନ ସହ ଏକ ବ୍ୟାଗ୍ ମଧ୍ୟ ଉଦ୍ଧାର କରାଯାଇଛି । ଯେଉଁଥିରେ ନିଶା ଦ୍ରବ୍ୟ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଜଣେ ବିଏସଏଫ୍ ଯବାନଙ୍କ ସୂଚନା ଅନୁସାରେ, ଶନିବାର ଦିନ ପାକିସ୍ତାନର ଏକ ଡ୍ରୋନକୁ ଗୁଳି କରି ଖସାଯାଇଛି । ଡ୍ରୋନ୍ ସହ ଏକ ବ୍ୟାଗ ମଧ୍ୟ ଜବତ କରାଯାଇଛି । ଯେଉଁଥିରେ ନିଶା ସମାଗ୍ରୀ ଅଛି ବୋଲି ସନ୍ଦେହ କରାଯାଇଛି । ତେବେ ଗତ ୨ ଦିନ ମଧ୍ୟରେ ପାକିସ୍ତାନରୁ ଆସିଥିବା ଏହା ହେଉଛି ୪ ର୍ଥ ଡ୍ରୋନ୍ ।

ଏନେଇ ବିଏସଏଫ୍ ପଞ୍ଜାବ ଫ୍ରଣ୍ଚିୟର୍ ଟୁଇଟ୍ କରି ସୂଚନା ଦେଇଛି, ଶନିବାର ରାତିରେ ଭାରତ ସୀମା ଭିତରକୁ ପସିଆସିଥିବା ଏକ ପାକିସ୍ତାନୀ ଡ୍ରୋନକୁ ଅମୃତସର ସେକ୍ଟରର ଜାଗ୍ରତ ବିଏସଏଫ୍ ଯବାନ ମାନେ ଗୁଳିକରି ଖସାଇ ଦେଇଛନ୍ତି । ତେବେ ଏହି ଡ୍ରୋନରେ ଥିବା ଏକ ବ୍ୟାଗରେ ନିଶା ଦ୍ରବ୍ୟ ଥିବା ନେଇ ସନ୍ଦେହ କରାଯାଉଛି । ଏହା ପୂର୍ବରୁ ମଧ୍ୟ ୩ଟି ପାକିସ୍ତାନୀ ଡ୍ରୋନକୁ ନଷ୍ଟ କରାଯାଇସାରିଛି । ପ୍ରଥମ ତିନୋଟି ଡ୍ରୋନରୁ ପ୍ରାୟ 2.6 କିଲୋ ହେରୋଇନ୍ ଥିବା 2 ପ୍ୟାକେଟ୍ ଉଦ୍ଧାର କରାଯାଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications