ଭାରତ-ବାଂଲାଦେଶ ବର୍ଡରରେ ବିଏସଏଫକୁ ହାଇ ଆଲ ଆଲର୍ଟା ଜାରି , ଜାଣନ୍ତୁ କଣ ରହିଛି କାରଣ?
ହିଂସା ଓ ବିଦ୍ରୋହ କାରଣରୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି । ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି ।
ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହାରି ଭତରେ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଛି । ସେ ଆଜି ଅପରାହ୍ନ ୫ଟା ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି । ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ଶେଖ ହସିନା ଭାରତକ ଆସିବା ଖବର ପରେ ଭାରତ ବାଂଲାଦେଶ ବର୍ଡର ରେ ବିଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି ।
ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲ ଆଲର୍ଟା ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ BSF ଡିଜି ମଧ୍ୟ କୋଲକାତାରେ ପହଞ୍ଚିଛନ୍ତି । ସୀମାରେ ସୁରକ୍ଷା ବୃଦ୍ଧି କରାଯାଇଛି । ବାଂଲାଦେଶରେ ସେନା ନିଜ ହାତକୁ ପାୱାର ନେଇଛି । ଏଥ୍ ସହିତ ଇସ୍ତଫା ଦେବା ପରେ ଶେଖ ହସିନା ବାଂଲାଦେଶ ଛାଡିଛନ୍ତି ଏବଂ କୁହାଯାଉଛି ଯେ ସେ ଭାରତ ଆସୁଛନ୍ତି ।
ସେନା ମୁଖ୍ୟ ଜେନେରାଲ ୱାକର-ଉଚ୍ଚ-କମାନ ଢାକାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶେଖ ହସିନାଙ୍କ ଇସ୍ତଫା ସ୍ପଷ୍ଟ କରିଛଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଏକ ଅନ୍ତରୀଣ ସରକାର ଗଠନ ହେବ । ଆମେ ଏକାଠି ହୋଇ ସୁନ୍ଦର ଭବି ଭବିଷ୍ୟତ ସୃଷ୍ଟି ସୃଷ୍ଟି କରିବୁ ଆମେ ନିଶ୍ଚିତ ଭାବରେ ଏକ ଭଲ ସମାଧାନରେ ପହଞ୍ଚିବା । ଆମେ ବିରୋଧ କରୁଥିବା ଛାତ୍ରମାନଙ୍କ ସହ ସହ କଥା ହେବା ଏବଂ ସେମାନଙ୍କର ସମସ୍ତ ଦାବି ପୂରଣ କରିବା ପାଇଁ ଚେଷ୍ଟା କରିବୁ ।












Click it and Unblock the Notifications