ଭୁଲବଶତଃ ସୀମା ପାର କରିଗଲେ BSF ଯବାନ, ଅଟକ ରଖିଲା ପାକିସ୍ତାନ

ପଞ୍ଜାବର ଫିରୋଜପୁର ସେକ୍ଟରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । ବୁଧବାର ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ)ର ଜଣେ ଯବାନ ଡ୍ୟୁଟି ସମୟରେ ଭୁଲବଶତଃ ଆନ୍ତର୍ଜାତୀୟ ସୀମା (ଜିରୋ ଲାଇନ) ପାର କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଅଟକ କରିଛନ୍ତି ।

ସୂତ୍ରରୁ ପ୍ରକାଶ,ଏହି ଘଟଣା ଫିରୋଜପୁର ଜିଲାର ଜଲୋକ ଡୋନା ପୋଷ୍ଟ ନିକଟରେ ଘଟିଛି । ବିଏସଏଫ ଯବାନ ନିଜ ନିୟମିତ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି ଭୁଲ ଘଟିଥିଲା। ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ନିଜ ଅଧୀନତାରେ ନେଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଭାରତୀୟ ସେନା ଓ ବିଏସଏଫ ଅଧିକାରୀମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଯବାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପାକିସ୍ତାନ ରେଞ୍ଜର୍ସ ସହ ଏକ ଫ୍ଲାଗ ମିଟିଂ ଆୟୋଜନ କରାଯାଇଛି। ଏହି ବୈଠକରେ ଉଭୟ ପକ୍ଷ ମିଳିତ ଭାବେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

BSF jawan mistakenly crossed the border stopped by Pakistan

ଏକାଧିକ ସୂତ୍ର ଅନୁସାରେ, ଏହି ଯବାନ କୋଲକାତାର ହେବେ ବୋଲି ଅନୁମାନ କରାଯାଉଛି, ଯଦିଓ ଏହାର ଆନୁଷ୍ଠାନିକ ପୁଷ୍ଟି ହୋଇନାହିଁ। ଅନ୍ୟପକ୍ଷରେ, ପାକିସ୍ତାନୀ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବିଭିନ୍ନ ଦାବି କରାଯାଉଛି। କେତେକ ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ଯବାନ ଜାଣିଶୁଣି ସୀମା ଅତିକ୍ରମ କରିଥିଲେ, ଯାହାକୁ ଭାରତୀୟ ସୂତ୍ର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ସୀମାରେ ଏଭଳି ଘଟଣା ଘଟିଛି, ଯେଉଁଠାରେ ଉଭୟ ଦେଶର ସୁରକ୍ଷା ବାହିନୀ ପରସ୍ପର ସହ ଆଲୋଚନା ମାଧ୍ୟମରେ ସମାଧାନ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ଏହି ଫ୍ଲାଗ ମିଟିଂ ଉପରେ ରହିଛି, ଯେଉଁଠାରେ ଯବାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଏହି ଘଟଣା ସୀମା ସୁରକ୍ଷା ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସତର୍କତାର ଆବଶ୍ୟକତାକୁ ପୁଣି ଥରେ ଉଜାଗର କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+