Get Updates
Get notified of breaking news, exclusive insights, and must-see stories!

ସହିଦ ହେଲେ ଯବାନ, ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜଙ୍କୁ BSF ର ଶ୍ରଦ୍ଧାଞ୍ଜଳି

ଗତ ୧୦ ତାରିଖରେ ଜମ୍ମୁର ଆର ଏସ୍ ପୁରା ଅଞ୍ଚଳରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଦ୍ୱାରା ଗୁଳିଚାଳନା ସମୟରେ ବିଏସଏଫ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତେୟାଜ ଶହିଦ ହୋଇଥିଲେ। ଭାରତମାତାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନକୁ ବିଏସଏଫ ଡିଜି ଏବଂ ସମସ୍ତ ଅଧିକାରୀ ସଲାମ କରୁଛନ୍ତି। ସୂଚନାନୁଯାୟୀ, ପାକିସ୍ତାନ ସୀମା ପାର ଗୁଳିମାଡ଼ରେ BSF ଯବାନ ପ୍ରାଣ ହରାଇଥିବାବେଳେ ଗୁଳି ଆକ୍ରମଣରେ ଅନ୍ୟ ଆଉ ୭ ଜଣ ଆହତ ହୋଇଛନ୍ତି ।

ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଳରେ ଭର୍ତ୍ତି କରାଯାଇଛି । ମେ ୧୦ ଜମ୍ମୁର ଆରଏସସୀମାରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ବୀର ସହିଦଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ କରିବା ସହ ସେ ସାହାସିକତାର ସହ ନେଇଥିବା ନେତୃତ୍ୱ ସମ୍ପର୍କରେ ଜଣାଇଛନ୍ତି BSF ର ବରିଷ୍ଠ ଅଧିକାରୀ । ଏହା ବ୍ୟତୀତ BSFର ମହାନିର୍ଦ୍ଦେଶକ ସହିଦଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।

bsf

ଅନ୍ୟପଟେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନିତ କରିବା ପାଇଁ ରବିବାର ପାଲୋରା ସ୍ଥିତ ଜମ୍ମୁ ଫ୍ରଣ୍ଟିୟର ମୁଖ୍ୟାଳୟରେ ଆୟୋଜନ କରାଯିବ ବୋଲି କହିଛନ୍ତି ବିଏସଏଫର ଜଣେ ଅଧିକାରୀ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିବା ପାଇଁ ୨ କିଲୋମିଟର ଠାରୁ ଦୂରତାର ସୀମା ରେଖା ପର୍ଯ୍ୟନ୍ତ BSF ଯବାନଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+