ଭାରତରେ ପ୍ରବେଶ ଉଦ୍ୟମ ହେଲା ବିଫଳ, ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ
ଜାମ୍ମୁ-କାଶ୍ମୀର ସୀମାନ୍ତରେ ବିଏସଏଫ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନହିତ ହୋଇଛି। ବିଏସଏଫ ପକ୍ଷରୁ ଶନିବାର ଏ ନେଇ ସୂଚନା ଦିଆଯାଇଛି।ସୂଚନାନୁଯାୟୀ, ଅନୁପ୍ରବେଶକାରୀଙ୍କ ସୀମାପାର ଉଦ୍ୟମ ସୁରକ୍ଷାକର୍ମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ସେମାନଙ୍କୁ ସୀମା ପାର ନ କରିବାକୁ ସତର୍କ କରିଥିଲେ ସୁରକ୍ଷାକର୍ମୀ ଦଳ । କିନ୍ତୁ ଅନୁପ୍ରବେଶକାରୀ କୌଣସି କଥାକୁ ନଶୁଣି ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀଙ୍କ ଚେତାବନୀକୁ ଭ୍ରୁକ୍ଷେପ ନକରି ସୀମାକୁ ପ୍ରବେଶ କରିଥିଲେ ଅନୁପ୍ରବେଶକାରୀ । ଯାହା ଫଳରେ ସୁରକ୍ଷା କର୍ମୀ ବାଧ୍ୟ ହୋଇ ତାଙ୍କ ଉପରକୁ ଗୁଳି ଚଲାଇଥିଲେ । ଘଟଣାସ୍ଥଳରେ ଜଣେ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ଯାଞ୍ଚ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଅନୁପ୍ରବେଶକାରୀଙ୍କ ଠାରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନଥିବାର ସୂଚନା ମିଳିଛି । ଅନୁପ୍ରବେଶକାରୀଙ୍କ ମୃତ ଦେହ ହସ୍ତାନ୍ତର ପାଇଁ ବିଏସଏଫ୍ ଏବଂ ପାକିସ୍ଥାନ ମଧ୍ୟରେ ବୈଠକ ପ୍ରକ୍ରିୟା ଆୟୋଜନ ହୋଇଥିଲା ।

ଦ୍ବିପହର ପ୍ରାୟ ୧.୧୦ରେ ସୀମାବର୍ତ୍ତୀ କ୍ଷେତ୍ରରେ ବୈଠକ ଆରମ୍ଭ କରାଯାଇଥିଲା । ଅନୁପ୍ରବେଶକାରୀ ପାକିସ୍ଥାନର ବ୍ୟକ୍ତି ନୁହଁନ୍ତି ବୋଲି କହିଥିଲେ ଏବଂ ଶବକୁ ଗ୍ରହଣ କରିନଥିଲେ । ଅନୁପ୍ରବେଶକାରୀଙ୍କ ପ୍ରବେଶ ଉଦ୍ୟମ ବିଫଳ ହୋଇଛି । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡା କଡ୍ଡି କରାଯାଇଛି ।












Click it and Unblock the Notifications