ବଡ ସୂଚନା ଦେଲେ ବିଏସଏଫ ଆଇଜି, କହିଲେ ଭାରତକୁ ପ୍ରବେଶ କରିବା ଉଦ୍ୟମ କରୁଛନ୍ତି ୧୦୦ ଆତଙ୍କବାଦୀ

LoC ଲଞ୍ଚ୍ ପ୍ୟାଡରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ୧୦୦-୧୨୦ ଆତଙ୍କବାଦୀ । ଏଭଳି ସୂଚନା ଦେଇଛି ବିଏସଏଫ । ନିୟନ୍ତ୍ରଣ ରେଖା ଆରପଟେ ପାକିସ୍ତାନ ପଟୁ ବଡ଼ ଧରଣର ଅନୁପ୍ରବେଶ ଷଡଯନ୍ତ୍ର ଚାଲିଥିବା ନେଇ BSF ଚେତାବନୀ ଦେଇଛି । ଶ୍ରୀନଗରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ BSF ଆଇଜି ଏହି ସୂଚନା ଦେଇଛନ୍ତି । ସୀମା ଆରପଟେ ଥିବା ୬୯ଟି ଲଞ୍ଚ୍ ପ୍ୟାଡ୍ ଉପରେ ସୁରକ୍ଷା ବାହିନୀ କଡ଼ା ନଜର ରଖିଛି । ବର୍ତ୍ତମାନ ୧୦୦ରୁ ୧୨୦ ଆତଙ୍କବାଦୀ ଜମ୍ମୁ ଓ କାଶ୍ମୀରକୁ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଶୀତ ଓ କୁହୁଡ଼ିର ସୁଯୋଗ ନେଇ ଅନୁପ୍ରବେଶ ହେବାର ଆଶଙ୍କା ରହିଛି ।

BSF IG

ତେବେ BSFର ଗୁଇନ୍ଦା ବିଭାଗ, ସେନା ସହ ମିଶି ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଘାଟି ଓ ତାଲିମ ଶିବିରଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଥିବା BSF ଆଇଜି କହିଛନ୍ତି । ଶୀତ ଋତୁ ଆରମ୍ଭ ପୂର୍ବରୁ ପାକିସ୍ତାନ ଅନୁପ୍ରବେଶ ବଢ଼ାଇବାକୁ ଚେଷ୍ଟା କରେ । କିନ୍ତୁ ଆଧୁନିକ ସର୍ଭିଲାନ୍ସ ଉପକରଣ ସାହାଯ୍ୟରେ ଯବାନମାନେ ସୀମାରେ ସଜାଗ ଅଛନ୍ତି। BSFର 'ଜି-ବ୍ରାଞ୍ଚ୍' ୨୨ଟି ମିଳିତ ଅପରେସନ୍ ରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର । ପାକିସ୍ତାନୀ ବ୍ୟାଟ୍ (BAT) ଟିମ୍ ର ଆକ୍ରମଣ ଭୟ ସତ୍ତ୍ୱେ ଭାରତୀୟ ଯବାନ ଦୃଢ଼ତାର ସହ ସୀମା ଜଗି ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+