ବିଏସଏଫ ସହିତ ମୁହାଁମୁହିଁ ପ୍ରବାସୀ ବାଂଲାଦେଶୀ

ଭାରତ-ବାଂଲାଦେଶ ବର୍ଡର ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ବର୍ଡର ଦେଇ ଭାରତକୁ ଅବୈଧ ଭାବେ ପ୍ରବେଶ କରୁଥିବା ବେଳେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଅଟକାଇଥିଲେ ବିଏସଏଫ୍ ଯବାନ୍ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ଥିଲା, ସମସ୍ତଙ୍କ ପାଖରେ ଠେଙ୍ଗା, ଲାଠି ଏବଂ ଅନ୍ୟ ମାରଣାସ୍ତ୍ର ରହିଥିଲା । ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ଜଣେ ବିଏସଏଫ୍ ଯବାର ଗୁରୁତର ଭାବେ ଆହତ ହୋଇଛନ୍ତି । ବିଏସଏଫ ଯବାନ ନିଜକୁ ରକ୍ଷା କରିବା ପାଇଁ ଫାୟରିଂ ମଧ୍ୟ କରିଥିଲା ।

BSF

ସୂଚନା ମୁତାବକ, କେତେକ ଅବୈଧ ପ୍ରବାସୀ ବାଂଲାଦେଶୀ ଅସ୍ତ୍ରଶସ୍ତ୍ର ଧରି ସୀମା ପାର କରିବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ବିଏସଏଫକୁ ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ ସେନା ଘଟଣାସ୍ଥଳରେ ପହଞ୍ଚି ଥିଲା। ସେମାନଙ୍କୁ ଘଉଡାଇବାକୁ ସେନା ପ୍ରଥମେ ଚେତାବନି ଦେଇଥିଲା। ଏଥିରେ ସେମାନେ ଭୟଭିତ ହେବା ପରିବର୍ତ୍ତେ ସେନାକୁ ଘେରିଯାଇ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଆକ୍ରମଣ ହେଉଥିବା ଦେଖି ବିଏସଏଫ ଯବାନମାନେ ନିଜ ସୁରକ୍ଷା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ଏହାପରେ ଅବୈଧ ପ୍ରବାସୀମାନେ ଘଟଣାସ୍ଥଳରୁ ଦଉଡି ପଳାଇଥିଲେ।

ଏହା ପରେ ଅବୈଧ ପ୍ରବାସୀ ବାଂଲାଦେଶୀ ମାନଙ୍କୁ ଧରିବା ପାଇଁ ସେନା ସୀମାରେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲା। କିନ୍ତୁ ଘନ କୁହୁଡି ହୋଇଥିବା ଯୋଗୁଁ ଅବୈଧ ପ୍ରବାସୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ତେବେ ଏହି ସର୍ଚ୍ଚ ଅପରେସନରେ ଜଣେ ଆହତ ଅବୈଧ ପ୍ରବାସୀକୁ ସୀମାରୁ ଉଦ୍ଧାର କରିଛି ବିଏସଏଫ। ଉଦ୍ଧାର କରିବା ପରେ ଅଭିଯୁକ୍ତ ପ୍ରବାସିଙ୍କୁ ଗଙ୍ଗରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ବୋଲି ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+