କେ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଖାରଜ
BRS Leader K Kavitha Interim Bail: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଅଭିଯୋଗରେ ଗିରଫ ହୋଇଥିବା ବିଆରଏସ ନେତ୍ରୀ କେ କବିତାଙ୍କୁ ଗରିଫ କରି ତିହାର ଜେଲରେ ରଖାଯାଇଛି । ଏହାରି ମଧ୍ୟରେ କବିତାଙ୍କୁ ଏକ ବଡ଼ ଝଟକା ଲାଗିଛି। ବିଆରଏସ୍ ନେତ୍ରୀଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ସୋମବାର ଦିନ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି । ଗତ ମାସରେ କେ କବିତାଙ୍କୁ ଗିରଫ କରାଯାଇଥିଲା।

ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କବିତା ୧୬ ବର୍ଷୀୟ ପୁଅଙ୍କ ସ୍କୁଲ ପରୀକ୍ଷା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ, ଯାହା କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ୍ସାଇଜ୍ ପଲିସି ମାମଲାରେ ଇଡିଙ୍କ ରିମାଣ୍ଡ ପରେ କେ କବିତା ନ୍ୟାୟିକ ହେପାଜତରେ ରଖାଯାଇଛି ।
ସୋମବାର ସକାଳେ ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା ବିଆରଏସ ନେତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୨ ଏପ୍ରିଲରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି, ଯେଉଁଠାରେ ସେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଜେଲରେ ରହିବା ନେଇ ସୂଚନା ରହିଛି ।
କୋର୍ଟରେ ଶୁଣାଣି ସମୟରେ ଇଡିର ଓକିଲ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ବିରୋଧ କରିଥିଲେ। ଇଡି ଅଭିଯୋଗ ଆଧାରରେ କବିତା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ତାଙ୍କ ବିରୋଧରେ ଥିବା ପ୍ରମାଣ ଏବଂ ମୋବାଇଲ୍ ଫୋନରେ ମିଳିଥିବା ପ୍ରମାଣକୁ ନଷ୍ଟ କରିଦେଇଛନ୍ତି।
ସୂଚନାଥାଉ ଯେ, କେ କଭିତାଙ୍କୁ ବନରାଜା ହିଲ୍ସ ସ୍ଥିତ ବାସଭବନରୁ ଗିରଫ କରାଯାଇଥିବା । ତାଙ୍କ ଗିରଫକୁ ବିଆରଏସ୍ ସମର୍ଥକ ବିରୋଧ କରିଥିଲେ । ପ୍ରଥମେ ତାଙ୍କୁ ୭ଦିନିଆ ଇଡି ହେପାଜତରୁ ନିଆଯାଇଥିଲା ପରେ ତାଙ୍କ ରିମାଣ୍ତ ଅବଧି ଆହୁରି ତିନି ଦିନ ବଢାଇ ଦିଆଯାଇଥିଲା । ଗତ ମଙ୍ଗଳବାର ଆଉ ୧୪ ଦିନ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।












Click it and Unblock the Notifications