ଏହି ପାର୍ଟି ସହ ମେଣ୍ଚ କଲା ମାୟାବତୀଙ୍କ ଦଳ ବିଏସପି
BSP In South India: ଲୋକସଭା ନିର୍ବାଚନ 2024 ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଉତ୍ତରପ୍ରଦେଶରେ କ୍ଷମତାରେ ରହି ସାରିଥିବା ତଥା ମାୟାବତୀଙ୍କ ଦଳ ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସହିତ ଏକ ମେଣ୍ଟ ଗଠନ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେସିଆର ନିଜେ ଏହି ମେଣ୍ଟ ଘୋଷଣା କରିଛନ୍ତି।
ବିଏସପି ତେଲେଙ୍ଗାନା ରାଜ୍ୟ ସଭାପତି ଆରଏସ ପ୍ରବୀଣ କୁମାରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ପୂର୍ବତନ ସିଏମ କେସିଆର କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ବିଆରଏସ ଏବଂ ବିଏସପି ଏକାଠି ଲଢିବେ । ଗୋଟିଏ ଦିନ ପୂର୍ବରୁ ବିଆରଏସ ଚାରିଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲାବେଳେ ଏହି ନିଷ୍ପତ୍ତି ନିଆଯାଇଥିଲା।

କେସିଆରଙ୍କ ସୂଚନା ଅନୁସାରେ, ଏହି ମେଣ୍ଟ ଅତ୍ୟନ୍ତ ପ୍ରଭାବଶାଳୀ ହେବ। ଆମେ ଅନେକ ଦିଗରେ ଏକାଠି କାମ କରିଛୁ। ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୬ ତାରିଖରେ କିଏ କେତୋଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ଘୋଷଣା କରାଯିବ । ତେବେ ବର୍ତ୍ତମାନ ମାୟାବତୀଙ୍କ ସହ ଏପର୍ଯ୍ୟନ୍ତ ଏନେଇ ଆଲୋଚନା ହୋଇନାହିଁ । ବର୍ତ୍ତମାନ କେବଳ ଆର.ଏସ୍ ପ୍ରବୀଣ କୁମାରଙ୍କ ଆଲୋଚନା ହୋଇଛି ।












Click it and Unblock the Notifications