ବ୍ରିଜଭୂଷଣଙ୍କୁ ତୁରନ୍ତ ଜେଲରେ ଭର୍ତ୍ତି କରିବା ଉଚିତ୍: ବାବା ରାମଦେବ
ନୂଆଦିଲ୍ଲୀ:ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ । ଯୋଗ ଗୁରୁ ବାବା ରାମଦେବ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତର ଚାଲିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧକୁ ସମର୍ଥନ କରିଛନ୍ତି ।
ବାବା ରାମଦେବ କହିଛନ୍ତି ଯେ, କୁସ୍ତି ମହାସଂଘର ମୁଖ୍ୟଙ୍କ ନାଁପେ ଆଗତ ହୋଇଥିବା ଉତ୍ପୀଡ଼ନ ଅଭିଯୋଗ ଏବଂ ଦେଶର କୁସ୍ତି ଖେଳାଳିମାନେ ଜନ୍ତର ମନ୍ତରରେ ବସି ପ୍ରତିବାଦ କରିବା ଅତ୍ୟନ୍ତ ଲଜ୍ୱାକର ବିଷୟ । ତାଙ୍କୁ ତୁରନ୍ତ ଗିରଫ କରି ଜେଲରେ ଭର୍ତ୍ତି କରିବା ଉଚିତ୍। ସେ ଯେଉଁ ଭଳି ଭାବେ ମାଆ, ଭଉଣୀ ଏବଂ ଝିଅମାନଙ୍କ ବିରୋଧରେ କଥା କହୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ପାପ ବୋଲି କହିଛନ୍ତି ବାବା ରାମ ଦେବ ।

ସେପଟେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ କ୍ରମାଗତ ଭାବେ ଅସ୍ୱୀକାର କରୁଛନ୍ତି। ଏହି ସମୟରେ ସେ କୁସ୍ତି ଆନ୍ଦୋଳନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବ୍ରିଜ ଭୂଷଣ କହିଛନ୍ତି ଯେ, ଏହି ଆନ୍ଦୋଳନ ଦିଲ୍ଲୀରୁ ପଞ୍ଜାବ, ଖାଲିସ୍ତାନ ଏବଂ କାନାଡା ଆଡକୁ ଗତି କରୁଛି। ଏହି ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ସ୍ଲୋଗାନ ଦିଆଯାଉଛି ।












Click it and Unblock the Notifications