ଗୁଜରାଟରେ ଭୁଶୁଡ଼ିଲା ପୋଲ; ୯ ମୃତ, ୧୦ ଗୁରୁତର

ମଝି ନଈରେ ପୋଲ ଭୁଶୁଡ଼ି ପଡିବା ଘଟଣା । ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ପୋଲ ଭାଙ୍ଗିଯିବା ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଇତିମଧ୍ୟରେ ୯ରେ ପହଞ୍ଚିଛି ମୃତକଙ୍କ ସଂଖ୍ଯା । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Gujarat

ତେବେ ଆଜି ସକାଳ ସାଢେ ୮ଟାରେ ପୋଲଟି ଭୁଶୁଡି ପଡିବା ପରେ ନଦୀ ମଝିରେ ଦୁଇ ଖଣ୍ଡ ହୋଇଯାଇଥିଲା । ପୋଲ ଉପରେ ଟ୍ରାଫିକ୍ ଜାମ୍ ହୋଇଥିବାରୁ ଏପରି ଅଘଟଣ ଘଟିଲା । ପୁରୁଣା ପୋଲ ଥିବାରୁ ଏହା ଭୁଶୁଡି ପଡିଲା । ପୋଲ ଦୁଇଫାଳ ହେବା ପରେ ୫ରୁ ଅଧିକ ଗାଡ଼ି ନଦୀକୁ ଖସି ପଡିଥିଲା । ସେସବୁକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଟି ଟ୍ରକ୍ ଏବଂ ପିକ୍ ଅପ୍ ଭ୍ଯାନ୍ ନଦୀରେ ପଡିଛି । ଗୋଟେ ଟ୍ରକ୍ ଝୁଲନ୍ତା ଅବସ୍ଥାରେ ପୋଲ ଉପରେ ରହିଛି ।

ଗୁଜୁରାଟ ବଡୋଦରା ମହିସାଗର ନଦୀ ଉପରେ ଥିବା ଗମ୍ଭୀରା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିଲା । ତେବେ ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । ହଠାତ୍ ପୋଲ ଭାଙ୍ଗିବା ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+