ଉତ୍ତରାଖଣ୍ଡରେ ଚାମୋଲିରେ ଭୂସ୍ଖଳନ, ଭୁଶୁ଼ଡ଼ିଲା ପୋଲ
ଉତ୍ତରାଖଣ୍ଡରେ ହିମସ୍ଖଳନ ପରେ ଏବେ ଭୂସ୍ଖଳନର ଭୟ । ଚମୋଲିରେ ପୁଣି ପ୍ରକୃତି ରଚିଲା ତାଣ୍ଡବ । ଚମୋଲି ଗୋବିନ୍ଦଘାଟରେ ଆଜି ସକାଳେ ପାହାଡ ଧସିଛି । ଫଳରେ ଭୂସ୍ଖଳନ କାରଣରୁ ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ ଭୁଶୁ଼ଡି ପଡିଛି । ଚମୋଲି ଜିଲ୍ଲାରେ ହିମସ୍ଖଳନର ଭୟ ମନରୁ ଯାଇ ନଥିବା ବେଳେ ପୁଣି ଭୂସ୍ଖଳନ ଭୟ ଲୋକଙ୍କୁ ଘାରିଛି ।

ତେବେ ଚାମୋଲିରେ ପାଣିପାଗ ଠିକ୍ ରହୁ ନଥିବା କାରଣରୁ ପ୍ରାକୃତିକ ଅଘଟଣ ଘଟୁଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି । ମାର୍ଚ୍ଚ ୮ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ବଦ୍ରିନାଥ, ହେମକୁଣ୍ଡ ସାହିବ ଆଦି ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଅନେକ ସ୍ଥାନରେ ବର୍ଷା ହେଉଛି ।












Click it and Unblock the Notifications