ଫୁଲମାଳ ବଦଳ ବେଳେ ରାଗିଲେ ନବବଧୂ, ଭାଙ୍ଗିଲେ ବାହାଘର
ବର ସାଜିଥିବା ଯୁବକ ଜଣକ ଯୁବତୀଙ୍କୁ ପିନ୍ଧାଇଥିଲେ ଫୁଲମାଳ । କିନ୍ତୁ ହଠାତ ଯୁବକଙ୍କ ହାତ ଯୁବତୀଙ୍କ ବେକରେ ବାଜି ଯାଇଥିଲା । ଫଳରେ ଏଥିରେ ରାଗି ଯାଇ ବିବାହ କରିବେନି ବୋଲି ଯୁବତୀ ଜଣକ ସିଧା ମନା କରିଦେଲେ । ଏଭଳି ଘଟଣା ସାମନାକୁ ଆସିଛି କର୍ଣ୍ଣାଟକରୁ ।
ବେଙ୍ଗାଲୁରୁ: ଚାଲିଥିଲା ଧୁମଧାମରେ ବିବାହ କାର୍ଯ୍ୟ। ମନ୍ତ୍ର ପଢା ସହ ରୀତିନିତିରେ ଚାଲିଥିଲା ବିବାହ। ବର-କନ୍ୟାଙ୍କୁ ଫୁଲମାଳ ବିନ୍ଧାଇବାର ସମୟ ଆସିଲା । ତେବେ ବର ସାଜିଥିବା ଯୁବକ ଜଣକ ଯୁବତୀଙ୍କୁ ପିନ୍ଧାଇଥିଲେ ଫୁଲମାଳ । କିନ୍ତୁ ହଠାତ ଯୁବକଙ୍କ ହାତ ଯୁବତୀଙ୍କ ବେକରେ ବାଜି ଯାଇଥିଲା । ଫଳରେ ଏଥିରେ ରାଗି ଯାଇ ବିବାହ କରିବେନି ବୋଲି ଯୁବତୀ ଜଣକ ସିଧା ମନା କରିଦେଲେ । ଏଭଳି ଘଟଣା ସାମନାକୁ ଆସିଛି କର୍ଣ୍ଣାଟକରୁ ।

କର୍ଣ୍ଣାଟକର ନରାଭୀ ଅଞ୍ଚଳରେ ଚାଲିଥିଲା ବିବାହ । ଏହି ଉତ୍ସବରେ ପ୍ରାୟ 5ଶହରୁ ଅଧିକ ଅତିଥି ଉପସ୍ଥିତ ଥିଲେ । ହଠାତ ଏପରି ନିଷ୍ପତ୍ତି ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପରେ ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିଲା କଥାକଟାକଟି ଓ କଳହ ।
ଏହାପରେ କୌଣସି ସମାଧାନ ନହୋଇପାରିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମାଧାନ ନେଇ ଚେଷ୍ଟା କରିଥିଲା । ହେଲେ କିଛି ଲାଭ ହେଲାନି । ବଧୂ ପକ୍ଷ ଜିଦରେ ଅଡି ରହିଥିଲେ । ଶେଷରେ ବିବାହ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ନିକଟସ୍ତ ବିଦ୍ୟାଳୟରେ ପିଲାମାନଙ୍କୁ ବାଣ୍ଚି ଦିଆଯାଇଥିଲା ।












Click it and Unblock the Notifications