Big Breaking: ୩ଟି ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ

୩ଟି ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି । ପୂର୍ବରୁ ୩ଟିଯାକ ବିଲ୍ ଲୋକସଭା ଓ ରାଜ୍ୟସଭାରେ ପାସ୍‌ ହୋଇଥିଲା ସଂସଦରେ ପାସ୍‌ ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ଯାଇଥିଲା ।

ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୩ ଅପରାଧିକ ବିଲ୍‌କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି । ଏହାର ଅର୍ଥ ଏବେ ଏହା ଆଇନର ପରିଣତ ହୋଇଛି ।

ବ୍ରିଟିଶ ଅମଳରୁ ଲାଗୁ ହେଉଥିବା ଆଇପିସି, ସିଆରପିସି ଓ ପ୍ରମାଣ ଆଇନ ଆଉ ନାହିଁ । ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ଲାଗୁ ହୋଇନାହିଁ।
ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଦେଶରେ ଲାଗୁ ହେବ। ଏହାକୁ ଆଧାର କରି ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ।

droupadi_murmu

ବ୍ରିଟିଶ ଅମଳରୁ ପ୍ରଚଳିତ ଆଇପିସି, ସିଆରପିସି ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ । ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦୋଷୀକୁ ଦଣ୍ଡବିଧାନ କରାଯିବ।

ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ । ଏହି ଶ୍ରେଣୀରେ ଆସୁଥିବା ଅପରାଧ ଧାରା ୧୫୦ ଅଧୀନରେ ବିଚାର କରାଯିବ।
ଡିସେମ୍ବର ୨୦ ଏହି ବିଲ ଲୋକସଭା ଓ ୨୧ ତାରିଖରେ ରାଜ୍ୟସଭାରେ ପାସ୍‌ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+