ପାକିସ୍ତାନରେ ବ୍ରହ୍ମୋସ ମିସାଇଲ୍ ଖସିବା ଘଟଣା: ତିନି ଅଧିକାରୀ ବହିସ୍କୃତ
ବ୍ରହ୍ମୋସ ମିସାଇଲ ମିସ ଫାଏର ଘଟଣାରେ 3 ବାୟୁ ସେନାଧିକାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି । ଏହି ମିସାଇଲ ପାକିସ୍ତାନରେ ପଡିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାୟୁସେନା ।
ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ ମିସ ଫାଏର ଘଟଣାରେ 3 ବାୟୁ ସେନାଧିକାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି । ଏହି ମିସାଇଲ ପାକିସ୍ତାନରେ ପଡିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବାୟୁସେନା । ଏହି ଘଟଣାର ତଦନ୍ତ ସାରିବା ପରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଥିଲା ।

ଭାରତୀୟ ବାୟୁସେନାର ଏକ ବ୍ରହ୍ମୋସ ମିସାଇଲ ହଠାତ ଭୁଲବଶତଃ ଉତକ୍ଷେପଣ ହେବା ସହ ପାକିସ୍ତାନରେ ପଡିଥିଲା । ଏଥିରେ କୌଣସି ଯୁଦ୍ଧାସ୍ତ୍ର ନଥିବାରୁ କୌଣସି ଅଘଟଣ ଘଟି ନଥିଲା । ଏଥିରେ କୌଣସି କ୍ଷତି ହୋଇ ନଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଏନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚ 9 ରେ ଏହି ଘଟଣା ସାମ୍ନାକୁ ଆସିଥିଲା ।
ଭାରତୀୟ ବାୟୁସେନା ଏହି ଘଟଣାରେ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଇଥିଲା। ସେବେଠାରୁ ତଦନ୍ତ ଜାରି ରହିଥିବା ବେଳେ ଆଜି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପ୍ରକାଶ ପାଇଛି ।












Click it and Unblock the Notifications