ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି: ରାଜନାଥ ସିଂହ

ଭୁଜ ଏୟାରବେସରେ ରାଜନାଥ ସିଂହ । ଗୁଜୁରାଟ ସ୍ଥିତ ଲ ଭୁଜ ଏୟାରବେସରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । ଭୁଜ ଏୟାରବେସ୍‌ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି । ୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲେ। ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣିଥରେ ଦେଖିଲୁ । ଆତଙ୍କବାଦୀ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛି ବାୟୁସେନା । ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ପରାକ୍ରମ ଦେଖାଇଛି ।

ସାରା ବିଶ୍ବକୁ ଭାରତ ମଧ୍ୟ ଏହାଦ୍ବାରା ବାର୍ତ୍ତା ଦେଇଛି। ବ୍ରହ୍ମୋସ ମିଜାଇଲ୍‌ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି । ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି । ତେଣୁ IMF ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି ।

Rajnath Singh

ତେବେ ଗତକାଲି ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ରାଜନାଥ । ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଥିଲେ । ତାସହ ପାକ୍ ଉପରେ ପ୍ରହାର କରିଥିଲେ ରାଜନାଥ । କହିଥିଲେ, ସେମାନେ ସେମାନେ ଆମ ମୁଣ୍ଡକୁ ମାରିଲେ, ଆମେ ସେମାନଙ୍କ ଛାତିକୁ ମାରିଲୁ । ସେମାନେ ଧର୍ମ ପଚାରି ମାରିଥିଲେ ଆମେ ସେମାନଙ୍କ କର୍ମ ଦେଖି ମାରିଲୁ । ଆତଙ୍କବାଦ ନେଇ ଭାରତ ସବୁବେଳେ କଠୋର । ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛୁ, ସେମାନଙ୍କ ଆଡ୍ଡା ଧ୍ବଂସ କରିଛୁ । ଆତଙ୍କୀ ଏବଂ ଆତଙ୍କବାଦର ନିପାତ ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରୁ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗେ ହୋଇପାରିବନି ବୋଲି କହି ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+