ପ୍ରେମିକାକୁ ସୁଟ୍‌କେସ୍‌ରେ ଲୁଚାଇଥିଲା ପ୍ରେମିକ, ହଷ୍ଟେଲରେ ଧରିଲେ ସିକ୍ୟୁରିଟି ଗାର୍ଡ

ପ୍ରେମ ପାଇଁ ଅନେକ ଅଜବ ମାମଲା ସାମ୍ନାକୁ ଆସିଥାଏ । ଜଣେ ଯୁବକ ନିଜ ବାନ୍ଧବୀଙ୍କୁ ସୁଟ୍‌କେଶରେ ଲୁଚାଇ ହଷ୍ଟେଲ ଆଣିଥିଲେ । ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହି ଘଟଣା ଘଟିଛି ହରିୟାଣାର ସୋନୀପତ୍‌ରେ । ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ।

suitcase

ପୁଅ ମାନେ ବାସ କରୁଥିବା ହଷ୍ଟେଲରେ ଯୁବତୀଙ୍କୁ ଆସିବା ମନା । ମାତ୍ର ଯୁବକ ଜଣକ ପ୍ରେମ ପାଇଁ ନିଜ ବାନ୍ଧବୀଙ୍କୁ ସୁଟ୍‌କେଶ ଭିତରେ ନେଇ ହଷ୍ଟେଲ ଭିତରକୁ ନେଇଥିଲେ । ମାତ୍ର ଧରାପଡିବା ପରେ ଘଟଣା ସାମ୍ନାକୁ ଆସିଥିଲା ।
ମିଳିଥିବା ସୂଚନାନୁଯାୟୀ, ଯୁବକ ଜଣକ ବାନ୍ଧବୀଙ୍କୁ ସୁଟ୍‌କେଶ ଭିତରେ ଲୁଚାଇ ନେବା ବେଳେ ଯୁବତୀଙ୍କ ପାଟି ଶୁଣାଯାଇଥିଲା । ସେହି ସମୟରେ ସିକ୍ୟୁରିଟି ଗାର୍ଡଙ୍କୁ ସନ୍ଦେହ ହେବାରୁ ସେ ତୁରନ୍ତ ସୁଟ୍‌କେଶର ଯାଞ୍ଚ କରିଥିଲେ । ଏହାପରେ ସବୁକିଛି ସାମ୍ନାକୁ ଆସିଥିଲା । ସୁଟ୍‌କେଶ ଖୋଲିବା ମାତ୍ରେ ସେଥିରେ ଜିନିଷ ବଦଳରେ ଥିଲେ ଯୁବତୀ । ଏହାଦେଖି ସେଠାରେ ସମସ୍ତେ କାବା ହୋଇ ଯାଇଥିଲେ । ଯୁବତୀଙ୍କୁ ତୁରନ୍ତ ସୁଟ୍‌କେଶରୁ ବାହାର କରାଯାଇଥିଲା ।
ଭିଡିଓରେ ଦେଖାଯାଉଛି, କିଛି ମହିଳା ସିକ୍ୟୁରିଟି ଗାର୍ଡ ହିଁ ସୁଟ୍‌କେଶ କୁ ଖୋଲୁଛନ୍ତି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+