ଚାଇନା ସାମଗ୍ରୀକୁ ବୟକଟ୍ କରିବା ପାଇଁ ନିବେଦନ କଲେ କେଜ୍ରିୱାଲ
ଚାଇନା ସାମଗ୍ରୀକୁ ବୟକଟ୍ କରିବା ପାଇଁ ନିବେଦନ କଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଚାଇନାର ସାମଗ୍ରୀକୁ ବଏକ୍ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଚାଇନାର ଶସ୍ତା ଜିନିଷ କିଣିବା ବଦଳରେ ଦୁଇଗୁଣା ଅଧିକ ଦାମ ପଡିଲେ ମଧ୍ୟ ଭାରତୀୟ ସାମଗ୍ରୀ କିଣନ୍ତୁ ।
ଦଳର ଜାତୀୟ ପରିଷଦ ବୈଠକରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଚଳିତ ବର୍ଷ ଆମ ପାଇଁ ବହୁତ ଭଲ ଥିଲା । ଗତ ଏକ ବର୍ଷ ମଧ୍ୟରେ ପଞ୍ଜାବର ନିର୍ବାଚନରେ ଜିତି ଆମେ ଗୋଆରେ ଦୁଇଜଣ ବିଧାୟକ ପାଇଥିଲୁ । ଗୁଜୁରାଟ ନିର୍ବାଚନରେ ଅଦୃଶ୍ୟ ସଫଳତା ମିଳିଥିଲା । ଏଥିପାଇଁ ଗୁଜୁରାଟର ଲୋକଙ୍କୁ ଅନେକ ଅନେକ ଧନ୍ୟବାଦ। ପ୍ରଥମ ଥର ପାଇଁ ଦଳ ୫ ଜଣ ବିଧାୟକ ଏବଂ ୧୪% ଭୋଟ୍ ପାଇଥିଲା । ସେ ଆହୁରି କହିଛନ୍ତି ଯେ, ଆମେ ୨୦୨୭ ରେ ସରକାର ଗଠନ କରିବୁ। କେଜ୍ରିୱାଲ କହିଛନ୍ତି ଯେ ଏମସିଡି ନିର୍ବାଚନରେ ଦଳ ଏକ ସାନଦାର ବିଜୟ ହାସଲ କରିଛି । ଏଥିପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ୧୦ ବର୍ଷରେ ପଞ୍ଜାବରେ ସରକାର ଗଠନ କରିବା ସହ ବର୍ତ୍ତମାନ AAP ଏକ ଜାତୀୟ ଦଳର ମାନ୍ୟତା ପାଇଛି ।

ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଲଗାତାର ଭାରତ ଉପରେ ଛୋଟ-ବଡ଼ ଆକ୍ରମଣ କରୁଛି । ଆମ ସେନା ସେମାନଙ୍କୁ ଟକ୍କର ଦେଉଛି ଏପରିକି ଯବାନଙ୍କର ସହିଦ ମଧ୍ୟ ହେଉଛନ୍ତି । ଏହା ସତ୍ତ୍ୱେ ଖବର ଆସୁଛି ଯେ ସବୁକିଛି ଠିକ ଅଛି । କେଜ୍ରିୱାଲ କହିଛନ୍ତି ଯେ ସରକାର ଚୀନ୍କୁ ପୁରସ୍କାର ଦେଉଛନ୍ତି । ସେମାନଙ୍କୁ ଭୟ ଦେଖାଇବା ପରିବର୍ତ୍ତେ, ସେମାନଙ୍କଠାରୁ ଅଧିକ ଜିନିଷ କିଣାଯାଉଛି । ଗତ ବର୍ଷ ଚୀନରୁ ୯୬ ବିଲିୟନ ଡଲାରର ସାମଗ୍ରୀ ଆମଦାନୀ ହୋଇଛି । ସେ ସିଧାସଳଖ ସରକରାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆମେ କ'ଣ ପାଇଁ ଚୀନଠୁ ସାମଗ୍ରୀ କିଣୁଛୁ । ଆମ ସୈନିକଙ୍କ ଜୀବନ ବଦଳରେ ଶସ୍ତା ଜିନିଷ କିଣିବାର କୌଣସି ଆବଶ୍ୟକ ନାହିଁ ।












Click it and Unblock the Notifications