ମାର୍ସ ମିଶନ 2026 ପାଇଁ ନାସାରୁ ଆମନ୍ତ୍ରଣ ପାଇଲେ ଆଗ୍ରାର ଏହି ବାଳକ

ମଙ୍ଗଳ ମହାକାଶ ମିଶନରେ ସାମିଲ ହେବେ ଆଗ୍ରାର 11 ବର୍ଷୀୟ ବାଳକ । ବର୍ତ୍ତମାନ ସୁଦ୍ଧା 150 ରୁ ଅଧିକ ପୁରସ୍କାର ଜିତିଥିବା କମ୍ପ୍ୟୁଟର ପ୍ରଡିଜି ଦେବାଂଶ 2026 ମଙ୍ଗଳ ମହାକାଶ ମିଶନର ଏକ ଅଂଶ ହେବାକୁ ଆମନ୍ତ୍ରଣ ପାଇଛନ୍ତି। କମ୍ପ୍ୟୁଟର ଏବଂ ଗଣିତରେ ବିଜ୍ଞ ।

ଆଗ୍ରା: ମଙ୍ଗଳ ମହାକାଶ ମିଶନରେ ସାମିଲ ହେବେ ଆଗ୍ରାର 11 ବର୍ଷୀୟ ବାଳକ । ବର୍ତ୍ତମାନ ସୁଦ୍ଧା 150 ରୁ ଅଧିକ ପୁରସ୍କାର ଜିତିଥିବା କମ୍ପ୍ୟୁଟର ପ୍ରଡିଜି ଦେବାଂଶ 2026 ମଙ୍ଗଳ ମହାକାଶ ମିଶନର ଏକ ଅଂଶ ହେବାକୁ ଆମନ୍ତ୍ରଣ ପାଇଛନ୍ତି। କମ୍ପ୍ୟୁଟର ଏବଂ ଗଣିତରେ ବିଜ୍ଞ ଏହି କୁନି ପିଲାଟି । ଦେବାଂଶ ଆଗ୍ରା ସହରଠାରୁ ପ୍ରାୟ 11 କିଲୋମିଟର ଦୂରରେ ବାରାରା ଗ୍ରାମରେ ନିଜ ପରିବାର ସହିତ ରୁହନ୍ତି । ବର୍ତ୍ତମାନ ସୁଦ୍ଧା ସେ ଭାରତୀୟ ଏବଂ ବିଦେଶୀ ସଂଗଠନରୁ 150 ରୁ ଅଧିକ ପୁରସ୍କାର ପାଇଛନ୍ତି ।

devansh

ବର୍ତ୍ତମାନ, ନାସା ମଧ୍ୟ ଏହି ଶିଶୁ ପ୍ରଡିଜିର ପ୍ରତିଭାକୁ ସ୍ୱୀକୃତି ଦେଇଛି । 2026 ମାର୍ସ ସ୍ପେସ୍ ମିଶନ ପାଇଁ ଦେବାଂଶ ନାସାର କମ୍ପ୍ୟୁଟର କୋଡିଂ ଦଳରେ ସାମିଲ ହେବେ । ନାସା ତାଙ୍କୁ ଆଗୁଆ ବୋର୍ଡିଂ ପାସ୍ ମଧ୍ୟ ଜାରି କରିଛି। ନାସାରୁ ନିମନ୍ତ୍ରଣ ପାଇଥିବା ଖବର ଶୁଣି ଦେବାଂଶଙ୍କ ପରିବାର ସଦସ୍ୟ ଆନନ୍ଦିତ ହେବା ସହ ପୁଅର ସଫଳତା ପାଇଁ ବାହାବାଃ କହିଛନ୍ତି। ଦେବାଂଶ ଅନଲାଇନରେ 500 ରୁ ଅଧିକ ଛାତ୍ରଙ୍କୁ ମାଗଣାରେ କମ୍ପ୍ୟୁଟର କୋଡିଂ ଟିପ୍ସ ଦେଇଛନ୍ତି । ସେ ଅତି କମରେ ଦିନକୁ ସାତରୁ ଆଠ ଘଣ୍ଟା ତାଙ୍କ ଲାପଟପରେ କାମ କରିବା ସହ ଅନେକ ଆପ୍ ଏବଂ ଗେମ୍ସ ବିକଶିତ କରିଛନ୍ତି ।

ଦେବାଂଶ ତାଙ୍କ କମ୍ପ୍ୟୁଟର ପ୍ରୋଗ୍ରାମର ପିତା ଲଖନ ସିଂଙ୍କଠାରୁ କମ୍ପ୍ୟୁଟର କୋଡିଂ ବିଷୟରେ ପ୍ରଥମେ ଶିଖିବା ପାଇଁ ପାଇଥିଲେ। ଦେବାଂଶଙ୍କ ପିତା ଗୋଟିଏ କୋଚିଂ ସେଣ୍ଟର ଚଳାନ୍ତି । ସେଠାରେ 70 ରୁ ଅଧିକ ଗରିବ ଛାତ୍ରଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ଦିଆଯାଏ । ଦୁଇ ବର୍ଷ ଘରେ ରହି ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଶେଷ କରିବା ପରେ । ନବମ ଶ୍ରେଣୀରେ ସ୍କୁଲ ଯାଇ ଶେଷ କରିଛନ୍ତି । ଦେବାଂଶ ବର୍ତ୍ତମାନ ମାତ୍ର 11 ବର୍ଷ ବୟରେ ମାଟ୍ରିକ ପରୀକ୍ଷା ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+