ମଥରୁରାରୁ ନିର୍ବାଚନ ଲଢିବେ ବକ୍ସର ବିଜେନ୍ଦର ସିଂ, ହେମାମାଳିନୀଙ୍କୁ ଦେବେ କଡା ଟକ୍କର
Lok Sabha Elections 2024: ମଥୁରା ଲୋକସଭା ଆସନରୁ ଆନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂଙ୍କୁ ଟିକେଟ୍ ଦେଇ କଂଗ୍ରେସ ନିର୍ବାଚନ ପ୍ରତିଯୋଗିତାକୁ ଅତ୍ୟନ୍ତ ରୋମାଞ୍ଚକର କରିଛି। ଅନ୍ୟପଟେ ଏହି ଆସନରୁ ବିଜେପି ପୁଣି ଅଭିନେତ୍ରୀ ହେମାମାଳିନୀଙ୍କୁ ଟିକେଟ୍ ଦେଇଛି । ସେ ଲଗାତାରା ଦୁଇ ଦୁଇ ଥର ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି ।

ଏଥର ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ସହ ମେଣ୍ଟ ହୋଇଛି । ଏହି ମିଳିତ ମଞ୍ଚ ଅଧୀନରେ କଂଗ୍ରେସ ୧୭ଟି ଲୋକସଭା ଆସନରେ ନିର୍ବାଚନ ଲଢିବ । ଏହି ୧୭ଟି ଆସନ ମଧ୍ୟରୁ ଦଳ ଏପର୍ଯ୍ୟନ୍ତ ୧୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ଚାରିଟି ଆସକୁ ନେଇ ଆଲୋଚନା ଜାରି ରହିଛି ।
ମଥୁରା ଲୋକସଭା ଆସନ ପାଇଁ ମତଦାନ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ୨୫ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଜେପି ପ୍ରାର୍ଥୀ ହେମାମାଳିନୀ ଗତ ଦୁଇଟି ଲୋକସଭା ନିର୍ବାଚନରେ ଅର୍ଥାତ୍ ୨୦୨୧୪ ଏବଂ ୨୦୧୯ରେ ମଥୁରାରୁ ନିର୍ବାଚନ ଜିତିଥିଲେ । ବିଜେପି ଏହି ଆସନରୁ ତୃତୀୟ ଥର ପାଇଁ ହେମାମାଳିନୀଙ୍କୁ ଟିକେଟ୍ ଦେଇଛି ।












Click it and Unblock the Notifications