ପ୍ରତି ସାତଟିରେ ଗୋଟିଏ ଆଇଫୋନ ହେଉଛି ମେଡ ଇନ ଇଣ୍ଡିଆ

ନୂଆଦିଲ୍ଲୀ: ଆପଲ୍ ୨୦୧୭ ଠାରୁ ଭାରତରେ ଆଇଫୋନ୍ ଉତ୍ପାଦନ କରୁଛି, କିନ୍ତୁ ସେତେବେଳେ ଆଶା କରାଯାଇନଥିଲା ଯେ ଚୀନ୍ ଅପେକ୍ଷା ଆପଲ୍ ଭାରତରେ ଅଧିକ ଆଇଫୋନ୍ ଉତ୍ପାଦନ କରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନକୁ ଦ୍ୱିଗୁଣିତ କରିଛି । ଏଭଳି ପରିସ୍ଥିତିରେ ଚୀନ୍ ପରେ ଆପଲ୍ ପାଇଁ ଭାରତ ଦ୍ୱିତୀୟ ବିକଳ୍ପ ପାଲଟିଛି ।

ଗତ ବର୍ଷ ଆପଲ୍ ଭାରତରେ ୧୪ ବିଲିୟନ ଟଙ୍କା ମୂଲ୍ୟର ଆଇଫୋନ୍ ଆସେମ୍ବଲ କରିଥିଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଆପଲ ଏବେ ଭାରତକୁ ଏହାର ନୂଆ ମ୍ୟାନୁପ୍ୟାକଚରିଂ ହବ୍ କରିଛି । କମ୍ପାନି ଭାରତରୁ ହିଁ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିଦେଇଛି । ଏପର୍ଯ୍ୟନ୍ତ କମ୍ପାନି ୨୦୨୪ରେ ପ୍ରାୟ ୧୪ ପ୍ରତିଶତ ଆଇଫୋନ ଭାରତରେ ତିଆରି କରିସାରିଲାଣି । ନୂଆ ରିପୋର୍ଟ ଅନୁଯାୟୀ, ଏବେ ପ୍ରତି ୭ଟି ଆଇଫୋନ୍ ମଧ୍ୟରୁ ଗୋଟିଏ ୟୁନିଟ୍ ଭାରତରେ ନିର୍ମିତ ହେଉଛି । ଅବଶ୍ୟ କମ୍ପାନି ଏବେ ସବୁ କମ୍ପାନେଣ୍ଟ୍ ଭାରତରେ ତିଆରି କରୁନାହିଁ । କମ୍ପାନି ବର୍ତ୍ତମାନ ଭାରତରେ କେବଳ ଆଇଫୋନ୍ ଆସେମ୍ବଲିଂହିଁ କରୁଛି ।

apple i phone

ରିପୋର୍ଟ ଅନୁଯାୟୀ, ଆର୍ôଥକ ବର୍ଷ ୨୦୨୪ରେ ଭାରତରେ ଆସେମ୍ବଲ ହୋଇଥିବା ଆପଲ ଆଇଫୋନ ୟୁନିଟ୍‌ର ମୂଲ୍ୟ ପ୍ରାୟ ୧୪ ବିଲିୟନ ଡଲାର ରହିଛି । ଭାରତରେ ଆପଲର ଉତ୍ପାଦନ ପାର୍ଟନର ଫକ୍ସକନ ଦେଶରେ ତିଆରି ହୋଇଥିବା ଫୋନ୍ର ସବୁଠୁ ବଡ଼ ସପ୍ଲାୟର । ଏହା ପ୍ରାୟ ୬୭ ପ୍ରତିଶତ ଉତ୍ପାଦନ କରୁଛି । ଏହା ପରେ ପେଗାଟ୍ରନ ପ୍ରାୟ ୧୭ ପ୍ରତିଶତ ଉତ୍ପାଦନ କରୁଛି ।

ଏହା ବ୍ୟତୀତ ଗତ ବର୍ଷ କର୍ଣାଟକରେ ୱିଷ୍ଟ୍ରନର ପ୍ଲାଣ୍ଟ କିଣିବା ପରେ ଟାଟା ଗ୍ରୁପ୍ ମଧ୍‌ଯ ଉତ୍ପାଦନ କରୁଛି । ସୂଚନାଥାଉକି, ଆଇଫୋନ୍ କିଛି ବର୍ଷରେ ଏହାର ନିବେଶ ଚୀନ୍ ବଦଳରେ ଭାରତ ଏବଂ ଭିଏତନାମରେ ବଢ଼ାଇଛି । ଆଗାମୀ ସମୟରେ ମଧ୍ୟ ଭାରତ ଏବଂ ଭିଏତନାମରେ ସବୁଠୁ ଅଧିକ ଆପଲ ଡିଭାଇସ ଉତ୍ପାଦନ କରାଯିବ । ଟାଟା ଗ୍ରୁପ୍ ମଧ୍‌ଯ ପେଗାଟ୍ରନ୍ ସହ ଏହାର ଚେନ୍ନାଇ ପ୍ଲାଣ୍ଟକୁ ଟେକଓଭର କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+