ଟମାଟୋକୁ ଛୁଇଁବା ମନା, ଜଗିଛନ୍ତି ବାଉନ୍ସର: ଯେତିକି କିଣିବାରେ ଅଛି, ଦୂରରୁ ଠିଆ ହୋଇ କିଣ...
ନୂଆଦିଲ୍ଲୀ: ଟମାଟୋ ମୂଲ୍ୟ ଆକାଶ ଛୁଆଁ ହେବା ପରେ ଏବେ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟ କରିବା ଭଳି ଖବର ଆସୁଛି । କେଉଁଠି କ୍ଷେତରୁ ଲକ୍ଷ ଲକ୍ଷ ଟଙ୍କାର ଟମାଟୋ ଚୋରି ହେଉଛି ତ, କେଉଁଠି ମ୍ୟାକଡୋନାଲ୍ଡ ବଗରରୁ ଟମାଟୋ ଉଭାନ ହୋଇଯାଇଛି । ଏହା ଭିତରେ ଏବେ ବାରଣାସୀରୁ ଏକ ରୋଚକ ଖବର ଆସିଛି ।
ନିଜ ଟମାଟୋକୁ ଜଗିବା ଲାଗି ଜଣେ ବ୍ୟବସାୟୀ ବାଉନ୍ସରଙ୍କୁ ନିଯୁକ୍ତି ଦେଇଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।ବାରାଣାସୀରେ କେଜି ପିଛା ୧୬୦ ଟଙ୍କାରେ ଟମାଟୋ ବିକ୍ରି ହେଉଛି । ଭିଡ଼ିଓରେ ବାଉନସରମାନେ ଗରାଖଙ୍କୁ ପରିବା ଦୋକାନ ନିକଟକୁ ଯିବାକୁ କିମ୍ବା ଟମାଟୋକୁ ଛୁଇଁବାକୁ ଦେଉ ନାହାନ୍ତି । ଦୂରରୁ ରହି ଆବଶ୍ୟକତା ଅନୁଯାୟୀ ଜିନିଷ କିଣି ଟଙ୍କା ଦେବା ପାଇଁ କଡ଼ା ତାଗିଦ କରୁଛନ୍ତି ।

ବାଉନ୍ସର ରଖିଥିବା ବ୍ୟବସାୟୀ ଅଜୟ ଫୌଜି କହିଛନ୍ତି ଯେ ଦାମ୍ ଅଧିକ ଥିବାରୁ କିଛି ଲୋକ ଟମାଟା ଚୋରି କରୁଛନ୍ତି। କିଛି ଗ୍ରାହକ ବହୁତ ଯୁକ୍ତି କରୁଛନ୍ତି। ଆମେ ସେମାନଙ୍କ ସହ ଯୁକ୍ତି କରିବାକୁ ଚାହୁନୁ। ସେଥିପାଇଁ ବାଉନ୍ସରଙ୍କୁ ରଖିଛୁ। 'ଆଗ ପଇସା, ପରେ ଟମାଟୋ' ଏବଂ 'ଦୟାକରି ଟମାଟୋ ଓ ଲଙ୍କା ସ୍ପର୍ଶ କରନାହିଁ' ଲେଖି ଏକ ବୋର୍ଡ ସେ ଦୋକାନ ଆଗରେ ଲଗାଇଛନ୍ତି ।
भाजपा टमाटर को ‘Z PLUS’ सुरक्षा दे. pic.twitter.com/k1oGc3T5LN
— Akhilesh Yadav (@yadavakhilesh) July 9, 2023
ଫାଉଜି ଟମାଟୋ କିଲୋ ପ୍ରତି ୧୪୦ରୁ ୧୬୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏହାକୁ ଜଗିବା ନିମନ୍ତା ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବାଉନ୍ସର ନିୟୋଜିତ କରୁଛନ୍ତି । ତେବେ ଏଥିନିମନ୍ତେ ସେ ଉଭୟଙ୍କୁ କେତେ ଟଙ୍କା ଦେଉଛନ୍ତି ତାହାକୁ ସେ ଲୁଚାଇ ରଖିଛନ୍ତି ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ରବିବାର ଦୋକାନ ଚଳାଉଥିବା ବାପ-ପୁଅଙ୍କୁ ଗିରଫ କରିଥିବା ବେଳେ ତାର ପ୍ରକୃତ ମାଲିକ ଫେରାର ହୋଇ ଯାଇଛନ୍ତି । ଗିରଫ ହୋଇଥିବା ପରିବା ବ୍ୟବସାୟୀ ହେଲେ ଜୟ ନାରାୟଣ ଯାଦବ ଓ ତାଙ୍କ ପୁଅ ବିକାଶ ଯାଦବ ।
ତେବେ ସମାଜବାଦୀ ପାର୍ଟି ଚିଫ୍ ଅଖିଳେଶ ଯାଦବ ଏହାର ଏକ ଭିଡ଼ିଓ ପୋଷ୍ଟ କରି ବିଜେପି ଟମାଟୋକୁ ଜେଡ ପ୍ଲସ୍ ସୁରକ୍ଷା ଯୋଗାଇ ଦେବା ଉଚିତ ବୋଲି ସେ କହିଛନ୍ତି । ଏଥିସହ ଏହି ଘଟଣାରେ ୨ ଜଣଙ୍କ ଗିରଫଦାରୀ ସମ୍ପୂଣ୍ଣ ରାଜନୈତିକ ପ୍ରଣୋଦିତ ବୋଲି ସେ କହିଛନ୍ତି।












Click it and Unblock the Notifications