ଆଜି ଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା
ଆଜିଠୁ ସିବିଏସଇ ଦଶମ-ଦ୍ୱାଦଶ ପରୀକ୍ଷା: ଓଡ଼ିଶାର ପ୍ରାୟ ୪୪ ହଜାର ପରୀକ୍ଷାର୍ଥୀ ଦେଉଛନ୍ତି ଦଶମ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ସିବିଏସଇ ଦଶମ-ଦ୍ୱାଦଶ ପରୀକ୍ଷା । ଓଡ଼ିଶାରେ ପ୍ରାୟ ୪୪ ହଜାର ପରୀକ୍ଷାର୍ଥୀ ଦେଉଛନ୍ତି ଦଶମ ପରୀକ୍ଷା ।ସେହିପରି ପ୍ରାୟ ୧୭ଲକ୍ଷ ଦ୍ୱାଦଶ ଏବଂ ୨୨ ଲକ୍ଷ ଦଶମ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଓଡ଼ିଶା ମୋଟ୍ ୧୮ ହଜାର ପିଲା ଦେଉଛନ୍ତି ଦ୍ୱାଦଶ ଶ୍ରେଣୀର ପରୀକ୍ଷା ।
ଆଜିଠୁ ଥିଓରୀ ପରୀକ୍ଷ ଆରମ୍ଭ ହେଉଥିବାରୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସକାଳ ୯ଟାରୁ ୧୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରେ ସକାଳ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା । କଡା ସୁରକ୍ଷା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷୀ କେନ୍ଦ୍ରକୁ କେବଳ ଆର୍ଡମିଟ୍ କାର୍ଡ ଏବଂ ପେନ୍ ନେଇ ପାରିବେ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ପାଇଁ ଅନୁମିତି ମିଳି ନାହିଁ ।
ଆଜି ସାରା ଦେଶରେ ପ୍ରାୟ ୩୯ ଲକ୍ଷ ପରୀକ୍ଷାର୍ଥା ୭୨୫୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଚଳିତ ବର୍ଷ ଓଡ଼ିଶାରେ ପ୍ରାୟ
୫୦ ହଜାର ପିଲା ପରୀକ୍ଷା ଦେଉଛନ୍ତି । ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରଛାତ୍ରୀ ଦେଶମ ଏବଂ ୧୬ ଲକ୍ଷ ୯୬ ୭୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ୭୨୪୦ କେନ୍ଦ୍ରରେ ଦଶମ ଏବଂ ୬୭୫୯ କେନ୍ଦ୍ରରେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେଉଛି ।
ସାରା ଦେଶରେ ୧୨ ଲକ୍ଷ ୪୭ ହଜାର ୩୭୪ ଛାତ୍ର ଏବଂ ୯ ଲକ୍ଷ ୩୮ ହଜାର ୫୬୬ ଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଛନ୍ତି । ସେହିପରି ୯ ଲକ୍ଷ ୫୧ ହଜାର ୩୩୨ ଛାତ୍ର ଏବଂ ୭ ଲକ୍ଷ ୪୫ ହାଜର ୪୩୩ ଛାତ୍ରୀ ଦେଉଛନ୍ତି ଦ୍ୱାଦଶ ଶ୍ରେଣୀର
ପରୀକ୍ଷ ।












Click it and Unblock the Notifications