ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ବୁଥ୍ ସ୍ତରୀୟ ଅଧିକାରୀମାନେ ମୂଳସ୍ତମ୍ଭ;ଜ୍ଞାନେଶ କୁମାର
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି, ଦେଶରେ ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥାରେ ବୁଥ୍ ସ୍ତରୀୟ ଅଧିକାରୀମାନେ ହେଉଛନ୍ତି ମୂଳସ୍ତମ୍ଭ । ନୂଆଦିଲ୍ଲୀଠାରେ ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ-୨୦୨୬ରେ ଉଦ୍ବୋଧନ ଦେଇ ଶ୍ରୀ କୁମାର କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଗଣତନ୍ତ୍ରକୁ ସୁଦୃଢ଼ କରିବା ଲାଗି ପ୍ରତ୍ୟେକ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଭାରତ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ଦିଗରେ ସର୍ବବୃହତ ବିଶ୍ୱ ସମ୍ମିଳନୀ । ଏଥିରେ ୭୦ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି । ସମ୍ମିଳନୀ ଅବସରରେ ନିର୍ବାଚନ ପରିଚାଳନା ସହିତ ଜଡ଼ତ ୪୦ରୁ ଅଧିକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି ।












Click it and Unblock the Notifications