ଆଜିଠୁ ଆରମ୍ଭ ହେଲା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ
କରୋନା ଭ୍ୟାକସିନର ବୁଷ୍ଟର୍ ଡୋଜ୍ ଦେବା ଆଜିଠୁ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ଘରୋଇ ହସ୍ପିଟାଲ ଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହୋଇଛି ।
ନୂଆଦିଲ୍ଲୀ: କରୋନା ଭ୍ୟାକସିନର ବୁଷ୍ଟର୍ ଡୋଜ୍ ଦେବା ଆଜିଠୁ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ଘରୋଇ ହସ୍ପିଟାଲ ଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ ହୋଇଛି । ଘରୋଇ ହସ୍ପିଟାଲରେ ବୁଷ୍ଟର ଡୋଜ୍ ଟିକାର ମୂଲ୍ୟ ୨୨୫ ଟଙ୍କା ଧାର୍ଯ୍ୟ ହୋଇଛି ।

୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ। ତେବେ ଏହି ବୁଷ୍ଟର ଡୋଜ୍ ପାଇଁ ପଞ୍ଜିକରଣ କରିବାକୁ ପଡିବ ନାହିଁ। ୧୮ରୁ ୫୯ ବର୍ଷର ବ୍ୟକ୍ତି ସିଧାସଳଖ ଘରୋଇ ଟିକା କେନ୍ଦ୍ରରେ ପହଞ୍ଚି ମଧ୍ୟ ବୁଷ୍ଟର ଡୋଜ୍ ନେଇପାରିବେ।
ତେବେ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକ ପ୍ରତି ଡୋଜ୍ ପିଛା ଅତିରିକ୍ତ ସର୍ଭିସ୍ ଚାର୍ଜ ୧୫୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି । ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ ମିଳିବ କୋଭିଡ୍ ଭ୍ୟାକ୍ସିନ୍। ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡର ଦାମ୍ ସର୍ବାଧିକ ୨୨୫ ଟଙ୍କା ରଖିଛନ୍ତି ଟିକା ନିର୍ମାତା କମ୍ପାନୀ । ପୂର୍ବରୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଏବଂ କୋଭିସିଲ୍ଡ ୬୦୦ ଟଙ୍କାରେ ମିଳୁଥିଲା।












Click it and Unblock the Notifications