ବଦ୍ରିନାଥ -କେଦାରନାଥରେ ଅନଲାଇନ୍ ପୂଜା ପାଇଁ ବୁକିଂ ଆରମ୍ଭ
Kedarnath Yatra 2025: ଚାରିଧାମ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୩୦ ଏପ୍ରିଲରୁ ଯାତ୍ରା ଆରମ୍ଭ ହେବ ଏବଂ କେଦାରନାଥ ଯାତ୍ରା ୨ ମଇ ଏବଂ ୪ ମଇରେ ବଦ୍ରିନାଥ ଦ୍ୱାର ଖୋଲା ଯିବା ନେଇ ସୂଚନା ରହିଛି । ସେହିପରି ଧାମରେ ପୂଜାର୍ଚ୍ଚନା କରିବା ପାଇଁ ଅନଲାଇନ୍ ବୁକିଂ ସୁବିଧା ମଧ୍ୟ ରହିଛି । ଯାହାର ବୁକିଂ ଆରମ୍ଭ ହୋଇଯାଇଛି।

ଶ୍ରୀ ବଦ୍ରିନାଥ ଧାମ ଏବଂ ଶ୍ରୀ କେଦାରନାଥ ଧାମରେ ହେବାକୁ ଥିବା ପୂଜା ପାଇଁ ଅନଲାଇନ୍ ପୂଜା ବୁକିଂ ଆଜିଠାରୁ ମନ୍ଦିର କମିଟିର ଅଫିସିଆଲ୍ ୱେବସାଇଟ୍ www. badrinath- kedarnath. gov. in ଆରମ୍ଭ ହେବ। ବଦ୍ରିନାଥ - କେଦାରନାଥ ପାଇଁ ବୁକିଂ ଆରମ୍ଭ ହୋଇସାରିଛି। ଶ୍ରୀ ବଦ୍ରିନାଥ - କେଦାରନାଥ ମନ୍ଦିର କମିଟି (BKTC) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ପ୍ରସାଦ ଥାପଲିୟାଲ୍ ଏନେଇ ସୂଚନା ଦେଇଛନ୍ତି।












Click it and Unblock the Notifications