Get Updates
Get notified of breaking news, exclusive insights, and must-see stories!

ମାଧବୀ ପୁରୀଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ଶେୟାର ବଜାର ଠକେଇ ମାମଲାରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ଆଶ୍ଵସ୍ତି ମିଳିଛି। ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଏତଲା ଦାୟର କରିବା ନେଇ ସ୍ଵତନ୍ତ୍ର ଅଦାଲତଙ୍କ ନିର୍ଦେଶ ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ।

ପୂର୍ବତନ ସେବି ମୁଖ୍ୟ ବୁଚ୍ ଏବଂ ଅନ୍ୟ ପାଞ୍ଚ ଜଣ ଶେୟାର ବଜାର ଠକେଇ ପାଇଁ ସେମାନଙ୍କ ବିରୋଧରେ ଏତଲା ଦାୟର ନିର୍ଦେଶକୁ ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ କହିଥିଲେ ଯେ, ଏହି ଆବେଦନ ଉପରେ ମାର୍ଚ୍ଚ ୪ରେ ଶୁଣାଣି ହେବ। ସେପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଏସିବିକୁ କୁହାଯାଇଥିଲା।

madhavi puri

ଏହାପୂର୍ବରୁ ପୂର୍ବତନ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଏବଂ ଅନ୍ୟ ପାଞ୍ଚଜଣ ଅଧିକାରୀଙ୍କ ବିରୋଧରେ ଶେୟାର ବଜାର ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗରେ ଏଫଆଇଆର ଦାୟର କରିବାକୁ ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)କୁ ନିର୍ଦ୍ଦେଶ ଦେଇଥିଲେ ମୁମ୍ବଇର ଏକ ସ୍ୱତନ୍ତ୍ର ଅଦାଲତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+