ଅହମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ
ଗୁଜୁରାଟର ଅହମ୍ମଦାବାଦ ଏବଂ ଭଦୋଦରାରେ ଥିବା ଏକାଧିକ ସ୍କୁଲକୁ ବୋମା ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଘରକୁ ପଠାଇଦିଆଯାଇଥିଲା। ପରେ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାଡ ଏବଂ ପୋଲିସ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବାରୁ ଅଧିକାରୀମାନେ ଧମକଗୁଡ଼ିକ ଗୁଜବ ବୋଲି କହିଛନ୍ତି ।
ଅହମ୍ମଦାବାଦର ୧୫ ରୁ ଅଧିକ ସ୍କୁଲ ଏବଂ ଭଦୋଦରାର ୧୧ ରୁ ୧୮ ସ୍କୁଲକୁ ସମାନ ଇମେଲ୍ ମିଳିଥିଲା। ଇମେଲ୍ ସକାଳ ପ୍ରାୟ ୭ଟା ସମୟରେ ଆସିଥିଲା। ଧମକରେ ଉଲ୍ଲେଖ ଥିଲା ଯେ ଅପରାହ୍ନ ୧:୧୧ରେ ବିସ୍ଫୋରଣ ହେବ। ମେସେଜ ଗୁଡ଼ିକରେ ଖଲିସ୍ତାନ ଉଲ୍ଲେଖ କରାଯାଇଥିଲା। କିଛିରେ "ଗୁଜୁରାଟ ଖଲିସ୍ତାନ ହେବ," "ହିନ୍ଦୁସ୍ତାନ ବିଭାଜିତ ହେବ," ଏବଂ "ଦିଲ୍ଲୀ ଖଲିସ୍ତାନ ହେବ" ଭଳି ଉତ୍ତେଜନାମୂଳକ ବୟାନ ଥିଲା।

ଭଦୋଦରାରେ, ଡିଆର ଅମିନ ସ୍କୁଲ, ଉର୍ମି ସ୍କୁଲ, ନାଳନ୍ଦା ସ୍କୁଲ, ବରୋଦା ହାଇସ୍କୁଲ, ନବଯୁଗ ସ୍କୁଲ, ଜୀବନ ସାଧନା, ବ୍ରାଇଟ୍ ଡେ ସ୍କୁଲ, ଆତ୍ମୀୟ ବିଦ୍ୟାଳୟ, ଡନ୍ ବୋସ୍କୋ, ବିଲ୍ଲାବଙ୍ଗ, ଅକ୍ସିଲିୟମ୍ କନଭେଣ୍ଟ, ଜେନିଥ୍ ସ୍କୁଲ, ଆମେରିକାନ ସ୍କୁଲ ଆଦି ପ୍ରଭାବିତ ହୋଇଥିଲେ। ଅନେକ ସ୍କୁଲର ହଷ୍ଟେଲ ମଧ୍ୟ ଖାଲି କରାଯାଇଥିଲା। ସେହିପରି ଅହମଦାବାଦରେ ଡିଏଭି ଇଣ୍ଟରନ୍ୟାସନାଲ୍, ଏସିଆ ସ୍କୁଲ, ଏ-ୱାନ୍ ସ୍କୁଲ, ଅଙ୍କୁର ଇଣ୍ଟରନ୍ୟାସନାଲ୍, ସନ୍ଥ କବୀର, ସିଲଭର ବେଲ୍, ଟ୍ୟୁଲିପ୍ ଇଣ୍ଟରନ୍ୟାସନାଲ୍, ଏସଜିଭିପି ଗୁରୁକୂଳ, ଏନଆଇଆରଏମମ ବିଶ୍ୱବିଦ୍ୟାଳୟ ଇତ୍ୟାଦି ପ୍ରଭାବିତ ହୋଇଥିଲେ।












Click it and Unblock the Notifications