ଦିଲ୍ଲୀରେ ୫ ସ୍କୁଲକୁ ଆସିଲା ବୋମା ଧମକ, ତଦନ୍ତ ଆରମ୍ଭ କଲା ପୋଲିସ

ବୁଧବାର ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଥିଲା। ରାଜଧାନୀର ୫ଟି ଜଣାଶୁଣା ସ୍କୁଲକୁ ବୋ‌ମା ଧମକ ମିଳିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ। ଇମଲେ୍ ଜରିଆରେ ଧମକ ମିଳିବା ପରେ ପୁଲିସ ଛାନ୍‌ଭିନ୍ କରିବାକୁ ସ୍କୁଲରେ ପହଞ୍ଚିଥିଲେ ବି କିଛି ମିଳିନଥିଲା। ଧମକପୂର୍ଣ୍ଣ ଇମେଲଟି କିଏ ପଠାଇଥିଲା ବୋଲି ଯାଞ୍ଚ କରାଯିବା ପରେ ଇମେଲଟି ଜର୍ମାନୀରୁ ଆସିଛି ବୋଲି ଜଣାପଡ଼ିଛି। ହେଲେ ପୁଲିସ ସନ୍ଦେହ କରୁଛି ଯେ, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ) ବ୍ୟବହାର କରି ଅଭିଯୁକ୍ତ ନିଜ ପ୍ରକୃତ ସ୍ଥାନକୁ ଲୁଚାଇ ରଖିଥାଇପାରେ।

Bomb

ତଦନ୍ତରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବୁଧବାର ଆସିଥିବା ଧମକପୂର୍ଣ୍ଣ ଇମେଲଗୁଡ଼ିକର ଆଇପି ଠିକଣା ଏକ ଜର୍ମାନ ନେଟୱାର୍କକୁ ସୂଚିତ କରୁଛି। ଇମେଲ୍ ଆକାଉଣ୍ଟଟି ମଧ୍ୟ ଜର୍ମାନୀ-ଭିତ୍ତିକ ପ୍ରଦାନକାରୀଙ୍କ ସହ ଲିଙ୍କ୍ ଥିବା ଜଣାଯାଇଛି। ଆଜି ରାଜଧାନୀର ଅତି କମରେ ୫ଟି ସ୍କୁଲକୁ ବୋମା ଧମକ ମିଳିଥିଲା। ୫ଟି ସ୍କୁଲର ନାମ ହେଲା ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲ (ଭୋର୍ ୪.୧୬), ଦ୍ୱାରକା (ସକାଳ ୫.୨୬), ବସନ୍ତ କୁଞ୍ଜ (ସକାଳ ୬.୩୦), ପଶ୍ଚିମ ବିହାର (ସକାଳ ୮.୧୧), ହୌଜ ଖାସ୍ (ସକାଳ ୮.୧୨)।

ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଥିଲା ଯେ, "ଶୁଭ ସକାଳ। ବିସ୍ଫୋରକ ଉପକରଣଗୁଡ଼ିକୁ ବ୍ୟାଗ ଭିତରେ ଲୁଚାଇ ସ୍କୁଲର ଶ୍ରେଣୀଗୃହରେ ରଖାଯାଇଛି। ଏହା ଅତ୍ୟନ୍ତ ଗମ୍ଭୀର। ତୁମ ସମସ୍ତଙ୍କୁ ପାପର ଫଳ ଭୋଗିବାକୁ ପଡ଼ିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+