ପାଟନା ସିଭିଲ୍ କୋର୍ଟକୁ ବୋମା ଧମକ
ବିହାରର ପାଟନା ସିଭିଲ୍ କୋର୍ଟକୁ ବୋମା ଧମକ ମିଳିଛି। ଇ - ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ ମିଳିଛି। ଗୋଟିଏ ଦିନରେ ବିହାରର ପାଟନା, କିଶନଗଞ୍ଜ ଏବଂ ଗୟା ସିଭିଲ୍ କୋର୍ଟରେ ଧମକପୂର୍ଣ୍ଣ ମେଲ ମିଳିଛି। ଗୟା ସିଭିଲ୍ କୋର୍ଟକୁ ଅପରାହ୍ନ ୨:୩୦ରେ ଆରଡିଏକ୍ସ ସହିତ ଉଡ଼ାଇ ଦିଆଯିବ ବୋଲି ଏକ ଇମେଲ୍ ମାଧ୍ୟମରେ କୋର୍ଟକୁ ସତର୍କ କରାଯାଇଥିଲା।
ଏହି ଧମକ ପରେ, ପୋଲିସ ସତର୍କ ରହିଛି ଏବଂ ସମଗ୍ର କୋର୍ଟ କମ୍ପ୍ଲେକ୍ସକୁ ଖାଲି କରାଯାଇଛି। କୁକୁର ସ୍କ୍ୱାର୍ଡ ଏବଂ ବୋମା ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚିଛି। ସମଗ୍ର କୋର୍ଟ କମ୍ପ୍ଲେକ୍ସକୁ ଯାଞ୍ଚ କରାଯାଉଛି। କେରଳ କୋର୍ଟକୁ ମଧ୍ୟ ଇ - ମେଲ୍ରେ ଆସିଛି ବୋମା ଧମକ। ଆଜି ଭୋର ୩:୨୨ରେ ଇମେଲ ମାଧ୍ୟମରେ ଏହି ଧମକ ମିଳିଥିଲା।

"ଆପଣଙ୍କ କୋର୍ଟ ପରିସରରେ ଆରଡିଏକ୍ସ ଥିବା ତିନୋଟି ଆତ୍ମଘାତୀ ବିସ୍ଫୋରଣକାରୀ ଅଛନ୍ତି। ଅପରାହ୍ନ ୧:୧୫ରେ ବିସ୍ଫୋରଣ ପୂର୍ବରୁ ବିଚାରପତିମାନଙ୍କୁ ଖାଲି କରନ୍ତୁ", ଇ-ମେଲରେ ଲେଖାଯାଇଥିଲା।
ଆତଙ୍କ ବ୍ୟାପିବାରୁ ବିଦ୍ୟାନଗର କୋର୍ଟରୁ ଲୋକଙ୍କୁ ବାହାର କରାଯାଇଥିଲା। ପୋଲିସ, ବୋମା ଏବଂ କୁକୁର ସ୍କଡ୍ ସହିତ ଖୋଜାଖୋଜି କରୁଛି । ପୂର୍ବରୁ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ କୋର୍ଟକୁ ମଧ୍ୟ ଆସିଥିଲା ବୋମା ଧମକ। ଉତ୍ତରପ୍ରଦେଶ ଓ କର୍ଣ୍ଣାଟର ବିଭିନ୍ନ କୋର୍ଟ ଓ ରେଳଷ୍ଟେସନକୁ ବୋମା ଧମକ ମିଳିଛି।
ଗୁଜୁରାଟ ହାଇକୋର୍ଟ ଏବଂ ପାଞ୍ଚଟି ସ୍ଥାନୀୟ କୋର୍ଟକୁ ଆରଡିଏକ୍ସ ବୋମା ବିସ୍ଫୋରଣର ଧମକ ମିଳିଥିଲା। ଆନନ୍ଦ, ରାଜକୋଟ, ଅହମଦାବାଦ ଏବଂ ଭରୁଚରେ ଥିବା ସେସନ୍ସ କୋର୍ଟଗୁଡ଼ିକୁ ସମାନ ଇମେଲ୍ ମିଳିଥିଲା। ଏହା ସହ ଓଡ଼ିଶାର ତିନି କୋର୍ଟକୁ ବୋମା ଧମକ ମିଳିଥିଲା। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ମିଳିଥିଲା।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications