Get Updates
Get notified of breaking news, exclusive insights, and must-see stories!

ବମ୍ବେ ହାଇକୋର୍ଟକୁ ବୋମା ଧମକ

ବମ୍ବେ ଉଚ୍ଚ ଅଦାଲତକୁ ବୋମା ଧମକ ଦିଅଯାଇଛି । ଫଳସ୍ଵରୂପ ନ୍ୟାୟଳୟ ପରିସରରେ ଆତଙ୍କ ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ମୁମ୍ବଇର ବାନ୍ଦ୍ରା ଏବଂ ଏସ୍ପ୍ଲାନେଡ୍ ଅଦାଲତ ସମେତ ଅନ୍ୟ ଅଦାଲତକୁ ଖାଲି କରିଦିଆଯାଇଛି । ସୂଚନା ଅନୁସାରେ ଦକ୍ଷିଣ ମୁମ୍ବଇର ଫୋର୍ଟ ଅଞ୍ଚଳରେ ଅବସ୍ଥିତ ବମ୍ବେ ଉଚ୍ଚ ଅଦାଲତକୁ ଇ-ମେଲ୍ ଯୋଗେ ବୋମା ଧମକ ଦିଆ ଯାଇଛି । ଯାହା ପରେ ଅଦାଲତ ପରିସରରେ ଆତଙ୍କ ଖେଳି ଯାଇଥିଲା । ଅଦାଲତ ପରିସର କିଛି ସମୟ ପରେ ଖାଲି ହୋଇ ଯାଇଥିଲା । ଖବର ପାଇଁ ଅଦାଲତ ପରିସରରେ ମୁମ୍ବଇ ପୁଲିସ ବୋମା ଚିହ୍ନଟ ଦଳ ମୃତୟନ କରିଥିଲା ।

bombay high court

କିନ୍ତୁ ତଦନ୍ତ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିପାରି ନାହିଁ । ଧମକପୂର୍ଣ୍ଣ ଇମେଲର ଉତ୍ସ ଖୋଜିବା ପାଇଁ, ମୁମ୍ବଇ ପୋଲିସ ପ୍ରେରକଙ୍କୁ ଚିହ୍ନଟ କରିବା ଏବଂ ଏହାର ଉଦ୍ଦେଶ୍ୟ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି । ମୁମ୍ବଇ ପୁଲିସ ଆୟୁକ୍ତଙ୍କ ଅନୁଯାୟୀ, ମୁମ୍ବଇର ଅନେକ ଅଦାଲତ ଏବଂ ବ୍ୟାଙ୍କକୁ ଇମେଲ୍ ମାଧ୍ୟମରେ ବୋମା ଧମକ ଜାରି କରାଯାଇଛି । ଏଥିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଆୟୁକ୍ତ । ସେ ଆହୁରି କହିଛନ୍ତି ଯେ, ପୁଲିସ ଦଳ ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଫା ଏବଂ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+