Get Updates
Get notified of breaking news, exclusive insights, and must-see stories!

ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

ଦିନକୁ ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରୁଛି ଏୟାର ଇଣ୍ଡିଆ ବିମାନ । କିଛି ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ପୁଣିଥରେ ଏବେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ଯାତ୍ରୀ ।

ସୂଚନା ମୁତାବକ, ଆଜି ସକାଳୁ ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜଣେ କ୍ର୍ୟୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ ୨୯୪୮ରେ ବୋମା ଅଛି ବୋଲି ଧମକ ଆସିଛି । ଏହାପରେ ବିମାନକୁ ତୁରନ୍ତ ଯାଞ୍ଚ କରାଯାଇଥିଲା । କିନ୍ତୁ ଟିମଙ୍କୁ କିଛି ମିଳିନଥିଲା । ଏହା ପରେ,ଏହାକୁ ଏକ ଗୁଜବ ବୋଲି ଘୋଷଣା କରାଯାଇଥିଲା ।

air india

ତେବେ ବାରମ୍ବାର ଏଭଳି ଧମକପୂର୍ଣ୍ଣ କଲକୁ ନେଇ ଏୟାର ଇଣ୍ଡିଆର ସମସ୍ତ ସଦସ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ସେପଟେ କିଏ ଏମିତି ମିଥ୍ୟା ଧମକ ଦେଉଛି ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଅନେକ ଯାନ୍ତ୍ରିକ ଏବଂ ପରିଚାଳନ ସମସ୍ୟା ଦେଖାଦେଇଛି । ଫଳରେ ଏୟାର ଇଣ୍ଡିଆ ବିମାନର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି ।

ଅନେକ ବିମାନର ଉଡ଼ାଣ ରଦ୍ଦ କରିଦିଆଯାଇଥିବା ବେଳେ ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏକ ମେଡିକାଲ କଲେଜ ଉପରେ ଖସିପଡିଥିଲା । ଏଥିରେ ଥିବା ୨୪୧ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା । ସେହିପରି ମେଡିକାଲ କଲେଜର କିଛି ପିଲାଙ୍କ ଜୀବନ ଚାଲିଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+