୧୫୯ ଟି ସ୍କୁଲକୁ ବୋମା ମାଡ଼ ଧମକ,

ଦେଶର ୧୫୯ଟି ସ୍କୁଲକୁ ବୋମା ମାଡ଼ କରି ଉଡ଼ାଇ ଦେବାର ଧମକ ମିଳିଛି। ଏହି ଧମକ ଇମେଲ ମାଧ୍ୟମରେ ସ୍କୁଲଗୁଡ଼ିକୁ ପଠାଯାଇଛି। ଆଗ୍ରା, କାନପୁର, ମେରଠ ଏବଂ ଅନ୍ୟ ସହରର ସ୍କୁଲଗୁଡ଼ିକୁ ଏହି ଧମକପୂର୍ଣ୍ଣ ଇମେଲ ମିଳିଛି। ଏହି ଘଟଣା ପରେ ପୁଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସକ୍ରିୟ ହୋଇଛନ୍ତି। ସ୍କୁଲଗୁଡ଼ିକର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ବମ୍ବ ଡିସ୍ପୋଜାଲ ସ୍କ୍ୱାଡ ଏବଂ ଅଗ୍ନିଶମ ବିଭାଗର ଟିମ୍‌ଗୁଡ଼ିକ ମଧ୍ୟ ସତର୍କ ହୋଇ ରହିଛନ୍ତି।

ଏହି ଧମକପୂର୍ଣ୍ଣ ଇମେଲ ମଙ୍ଗଳବାର ମଧ୍ୟାହ୍ନ ୨ଟା ସମୟରେ ମେରଠର ଲୋହିଆ ନଗର ଥାନା ଅଞ୍ଚଳର ସତ୍ୟକାମ ଇଣ୍ଟରନ୍ୟାସନାଲ ସ୍କୁଲ, ମେଡିକାଲ ଥାନା ଅଞ୍ଚଳର ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ମେରଠ ପବ୍ଲିକ ସ୍କୁଲକୁ ମଧ୍ୟ ମିଳିଛି।

delhi police

ମେଲରେ ଲେଖାଯାଇଛି ଯେ 'ନମସ୍ତେ। ଆମେ ଆପଣଙ୍କୁ ଜଣାଇବାକୁ ଲେଖୁଛୁ ଯେ ଆମେ କୋଠା ଭିତରେ ଅନେକ ବୋମା (ପେଣ୍ଟାଏରିଥରିଟଲ୍ ଟେଟ୍ରାନାଇଟ୍ରେଟ୍) ରଖିଛୁ। ବିସ୍ଫୋରକ ଗୁଡ଼ିକୁ ବହୁତ କୌଶଳରେ ଲୁଚାଇ ରଖାଯାଇଛି। ତୁମେ ସମସ୍ତେ ମରିବ। ତୁମର ପିଲାମାନଙ୍କୁ ମରିବାକୁ ପଡିବ। ତୁମେ ସୁଖୀ ଜୀବନ ବଞ୍ଚିବାର ଯୋଗ୍ୟ ନୁହଁ। ସ୍କୁଲ ରକ୍ତପାତରେ ପରିଣତ ହେବ। ଏହି ବାର୍ତ୍ତା କେବଳ ଗ୍ରହଣକାରୀଙ୍କ ପାଇଁ ନୁହେଁ, ଭାରତର ପ୍ରତ୍ୟେକ ସ୍କୁଲ ପାଇଁ। ଏହି ବାର୍ତ୍ତାକୁ ଗମ୍ଭୀରତାର ସହ ନିଅ। ଆପଣଙ୍କ ପିଲାମାନେ ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗ କିମ୍ବା ଜୀବନ ହରାଇବେ ଏବଂ ଆମେ ଖୁସିର ଖବର ସହ ପରିବାର ଗୁଡ଼ିକ କଷ୍ଟ ଭୋଗୁଥିବା ଦେଖିବୁ। ଆମେ ଆମର ଜୀବନକୁ ଘୃଣା କରୁ ଏବଂ ଆମେ ପିଲାମାନଙ୍କୁ ମାରିବୁ କାରଣ ସେମାନେ ସବୁଠାରୁ ଅଧିକ ଆଘାତ ଦିଅନ୍ତି। "ରୋଡକିଲ୍" ଏବଂ "ସାଇଲେନ୍ସ" ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ।

ଇମେଲ୍ ପାଇବା ପରେ, ସ୍କୁଲ ପ୍ରଶାସନ ଏହି ଧମକପୂର୍ଣ୍ଣ ଇମେଲ୍ ବିଷୟରେ ପୋଲିସକୁ ଜଣାଇଥିଲା। ଯାହା ପରେ କିଛି ସ୍କୁଲର ଯାଞ୍ଚ କରାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ଜିନିଷ ମିଳିନାହିଁ। ଇମେଲ୍ ପାଇବା ପରେ, ପିଲାମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଅନ୍ୟ ସ୍କୁଲ ଗୁଡ଼ିକୁ ଛାନ୍‌ଭିନ୍‌ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+