ପୁଣି ବିମାନରେ ବୋମା ଆତଙ୍କ, ହାଇଆଲର୍ଟ ଜାରି
Delhi Bomb Threat News: ପୁଣି ପ୍ଲାଇଟରେ ବୋମା ଥିବା ନେଇ ଆସିଲା ମେଲ୍ । ସତର୍କ ହେଲା ପୋଲିସ, ହାଇଆଲର୍ଟ ଜାରି । ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନ ଯେପରି ସ୍କୁଲ, କଲେଜ, ଡାକ୍ତରଖାନା, ଏୟାରପୋର୍ଟ ଏବଂ ବିମାନରେ ବୋମା ବିସ୍ଫୋରଣ କରିବା ନେଇ ଧମପୂର୍ଣ୍ଣ ମେଲ୍ ଆସୁଛି । ମଙ୍ଗଳବାର ଦିନ ପୁଣି ଦିଲ୍ଲୀ ବିମାନ ବନ୍ଦରରେ ଚହଳ ସୃଷ୍ଟି ହୋଇଛି । ଯାତ୍ରୀଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଛି ।
ଦିଲ୍ଲୀରୁ-ଦୁବାଇ ଯାଉଥିବା ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ଇ-ମେଲ୍ ଜରିଆରେ ଏହି ଧମକପୂର୍ଣ୍ଣ ମେଲ ପଠାଇଛନ୍ତି । ଯାହାପରେ ବିମାନ ବନ୍ଦର କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି । ଖବର ପାଇଁ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍ ୧୭ ତାରିଖ ସକାଳ ୯ଟା ୩୫ ସମୟରେ ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ DIAL'କାର୍ଯ୍ୟାଳୟକୁ ଏକ ଇ-ମେସ୍ ଆସିଥିଲା । ଯେଉଁଥିରେ ଦିଲ୍ଲୀ-ଦୁବାଇ ପ୍ଲାଇଟରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଯାହା ପରେ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା । ଏୟାରପୋର୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ହାଇଆଲାର୍ଟ ଜାରି କରାଯାଇଛି ।












Click it and Unblock the Notifications