ଇ-ମେଲ୍ ଜରିଆରେ ଦିଲ୍ଲୀରେ ପୁଣି ସ୍କୁଲକୁ ମିଳିଲା ବୋମା ଧମକ

ଲ୍ଲୀରୁ ଆସୁଛି ବଡ଼ ଖବର ! ଆଜି ସକାଳେ ପୂର୍ବ ଦିଲ୍ଲୀର ଏକ ନାମୀ ସ୍କୁଲ୍‌କୁ ଆସିଛି ବୋମା ଧମକ । ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍-୧ରେ ଥିବା ମଦର୍ ମେରି ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ଆସିଛି । ଧମକ ପାଇବା ପରେ ତୁରନ୍ତ ସ୍କୁଲ୍‌ରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ନିରାପଦରେ ବାହାର କରାଯାଇଛି , ଏବେ ସ୍କୁଲ୍ ପୂରା ଖାଲି । ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଛି ଦିଲ୍ଲୀ ପୁଲିସ୍, ବମ୍ ଡିସ୍‌ପୋଜାଲ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍, ଫାୟାର ବ୍ରିଗେଡ୍ ଓ ଆମ୍ବୁଲାନ୍ସ୍ । ସ୍କୁଲ ପରିସର ଓ ଆଖପାଖ ଅଞ୍ଚଳକୁ ପୂରା ସିଲ୍ କରି ଦିଆଯାଇଛି । ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି । ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ବସ୍ତୁ ମିଳିନଥିବା ଜଣାପଡ଼ିଛି ।

Bomb threat received

ଗତ କିଛି ମାସ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦଶମଥର ସ୍କୁଲ୍‌କୁ ବୋମା ଧମକ ! ପୂର୍ବରୁ ମଧ୍ୟ ଡିପିଏସ୍, ସଂସ୍କୃତି ସ୍କୁଲ୍, ଇଣ୍ଡିଆନ୍ ସ୍କୁଲ୍ ଆଦି ବହୁ ନାମୀ ସ୍କୁଲ୍‌ରେ ଏପରି ଧମକ ଆସିଛି । ଅଧିକାଂଶ ଧମକ ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ପୁଲିସ୍ ଏବେ ଇ-ମେଲ୍‌ର ସୋର୍ସ ଟ୍ରେସ୍ କରୁଛି । ସାଇବର ଟିମ୍ ଓ ସ୍ପେଶାଲ୍ ସେଲ୍ ମଧ୍ୟ ତଦନ୍ତରେ ଲାଗିଛନ୍ତି । ଅଭିଭାବକମାନେ ସ୍କୁଲ୍ ବାହାରେ ଭିଡ଼ ଜମାଇଛନ୍ତି । ସମସ୍ତେ ନିଜ ପିଲାଙ୍କ ନିରାପତ୍ତାକୁ ନେଇ ଚିନ୍ତାରେ । ସ୍କୁଲ୍ ପ୍ରଶାସନ ଅଭିଭାବକଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ସବୁ ଛାତ୍ରଛାତ୍ରୀ ନିରାପଦରେ ଅଛନ୍ତି ।

ଦିଲ୍ଲୀରେ ସ୍କୁଲଗୁଡ଼ିକୁ ଉଡ଼ାଇଦେବାକୁ ଆସୁଛି ଧମକ
ଆଜି ମଦର୍ ମେରି ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ଆସିଛି
ତୁରନ୍ତ ସ୍କୁଲ୍‌ରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି
ସ୍କୁଲରେ ବମ୍ ଡିସ୍‌ପୋଜାଲ୍ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଓ ଫାୟାର ବ୍ରିଗେଡର ଯାଞ୍ଚ ଜାରି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+