ବିମାନରେ ବୋମା ଆତଙ୍କ, ଦିଲ୍ଲୀରେ ଅବତରଣ ନେଇ ମିଳିଲାନି ଅନୁମତି

ବିମାନରେ ବୋମା ଆତଙ୍କ । ଇରାନରୁ ଚୀନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ବିମାନ।

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । ଇରାନରୁ ଚୀନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ବିମାନ । ବିମାନଟି ଭାରତୀୟ ବାୟୁସୀମାରେ ଉଡୁଥିବାବେଳେ, ପାଇଲଟ ଓ କ୍ର୍ୟୁ ସଦସ୍ୟଙ୍କୁ ବୋମା ଥିବା ନେଇ ଖବର ମିଳିଥିଲା । ଏହାପରେ ପାଇଲଟ ବିମାନକୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଇବା ପାଇଁ ଦିଲ୍ଲୀ ଏଟିଏସିକୁ ଅନୁମତି ମାଗିଥିଲେ । କିନ୍ତୁ ଅନୁମତି ନମିଳିବାରୁ ପୁଣି ବିମାନଟି ଚୀନ ଅଭିମୁଖେ ଉଡାଣ ଜାରି ରଖିଛି ।

flight

ଚୀନରେ ନିର୍ଦ୍ଧାରିତ ସମୟରେ ଅବତରଣ ପାଇଁ ଆଉ 2 ଘଣ୍ଚା ସମୟ ଲାଗିବ। ବିମାନଟି ଏବେ ବି ଭାରତୀୟ ସୀମା ଭିତରେ ଥିବାରୁ ଭାରତୀୟ ବାୟୁସେନା ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛି । ଲଢୁଆ ବିମାନ ସୁଖୋଇ-30କୁ ନିୟୋଜିତ କରାଯାଇଛି । ପଞ୍ଜାବ ଓ ଯୋଧପୁରରୁ ଦୁଇଟି ସୁଖୋଇ ଜେଟ୍‌ ବିମାନର ଗିତିବିଧି ଉପରେ ନଜର ରଖିବା ପାଇଁ ଉଡାଣ ଭରିଛନ୍ତି । ବୋମାର ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରୁନାହିଁ । ବିମାନରେ କେତେ ଯାତ୍ରୀ ଥିଲେ ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+