ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ, ଥିରୁବନନ୍ତପୁରମ୍ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି

କେରଳର ଥିରୁଭାନନ୍ଥପୁରମ ବିମାନବନ୍ଦରରେ ଅବତରଣ ପୂର୍ବରୁ ଏକ ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଧମକ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିମାନବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହିତ ମୁମ୍ବଇରୁ ଥିରୁଭାନନ୍ଥପୁରମ ଆସିଥିବା ଉକ୍ତ ବିମାନକୁ ପୃଥକ ଭାବେ ଅଲଗା ସ୍ଥାନରେ ରଖାଯାଇଛି।

Bomb threat forces Air India
ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କ ସ୍ଥାନାନ୍ତର ସମ୍ପର୍କରେ ସୂଚନା ମିଳିନାହିଁ। ତେବେ ବୋମା ଖବର ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିମାନବନ୍ଦର ତରଫରୁ କହାଯାଇଛି, ଏୟାର ଇଣ୍ଡିଆ ଫ୍ଲାଇଟ ୬୫୭ ତିରୁଭାନନ୍ତପୁରମ ବିମାନବନ୍ଦରରେ ଅବତରଣ କରିଛି। ବୋମା ଖବର ପାଇବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ବର୍ତ୍ତମାନ ବିମାନକୁ ଅଲଗା ସ୍ଥାନରେ ରଖାଯାଇଛି। ବିମାନ ବନ୍ଦର ଅଧିକାରୀମାନେ ସମ୍ପୂର୍ଣ୍ଣ ବିମାନର ଯାଞ୍ଚ ଜାରି ରଖିଛନ୍ତି। ବୋମା ବିମାନ ଭିତରେ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି। ସୂତ୍ର ଅନୁସାରେ ଥିରୁବନ୍ତପୁରମ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ପାଇଲଟଙ୍କୁ ଆଜି ସକାଳ ୮ଟାରେ ଏହି ଧମକ ମିଳିଥିଲା। ତେବେ ଏହି ଧମକ କିଏ କାହିଁକି ଓ କିଭଳି ଦେଇଥିଲେ ସେ ନେଇ କିଛି ସୂଚନା ମିଳିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+