ବିମାନବନ୍ଦରକୁ ବୋମା ଧମକ,ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ
ଆଗ୍ରା ବିମାନବନ୍ଦରକୁ ବୋମା ଧମକ । ବିମାନବନ୍ଦରକୁ ମିଳିଥିବା ମେଲ୍ ଅନୁସାରେ, ବ୍ୟାକପ୍ୟାକରେ ବୋମା ଲୁଚାଇ ରଖାଯାଇଛି । ତୁରନ୍ତ ଏୟାରପୋର୍ଟକୁ ଖାଲି କରନ୍ତୁ। ମେଲ୍ ଆଇଡି [email protected] ରୁ ଏହି ଧମକପୂର୍ଣ୍ଣ ମେଲ୍ ପଠାଯାଇଛି।

ମେଲ୍ ରେ roadkill ଓ kyo ନିଜକୁ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ କରିଛନ୍ତି । ବିମାନବନ୍ଦରର ମୁଖ୍ୟ ସୁରକ୍ଷା ଅଧିକାରୀ ସୁକୀର୍ତି ନିଗମ ଶାହଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଭାରତର ଅନ୍ୟ ବିମାନବନ୍ଦରକୁ ମଧ୍ୟ ମେଲ୍ ପଠାଯାଇଛି । ଯାହା ପରେ ଏଜେନ୍ସିଗୁଡ଼ିକ ଆଲର୍ଟ ମୋଡ୍ ରେ ଅଛନ୍ତି। ଆଗ୍ରା ପୋଲିସ ଷ୍ଟେସନ ଶାହଗଞ୍ଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications