For Quick Alerts
Turn On Notification  
For Daily Alerts
Oneindia App Download

ତାଜମହଲ ପରେ ଲକ୍ଷ୍ନୌ ମହିଳା ପାୱାର ଲାଇନ୍ 1090 ରେ ବୋମା ଥିବା ସୂଚନା

ଆଗ୍ରାର ତାଜମହଲ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମହିଳା ପାୱାର ଲାଇନ 1090 ମୁଖ୍ୟାଳୟରେ ବୋମା ଥିବା ନେଇ ସୂଚନା ମିଳିଛି । ଏହା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

|

ଲକ୍ଷ୍ନୌ : ଆଗ୍ରାର ତାଜମହଲ ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମହିଳା ପାୱାର ଲାଇନ 1090 ମୁଖ୍ୟାଳୟରେ ବୋମା ଥିବା ନେଇ ସୂଚନା ମିଳିଛି । ଏହା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୂଚନାନୁସାରେ, ଜଣେ ମହିଳା 1090 ମୁଖ୍ୟ କାର୍ଯ୍ୟାଳୟରେ ବମ୍ ରଖାଯାଇଛି ଏବଂ ଅଧଘଣ୍ଚାରେ କାର୍ଯ୍ୟାଳୟକୁ ଉଡ଼ାଇଦିଆଯିବ ବୋଲି ଫୋନ କରି ସୂଚନା ଦେଇଥିଲେ । ଖବର ପାଇବା ପରେ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚିଛି ବୋମାର ସନ୍ଧାନ କରୁଛନ୍ତି । କୁହାଯାଉଛି ଯେ ଏହି କଲ୍ ମଧ୍ୟ ଫେକ୍ ଥିଲା ।

Woman-Power-Line-1090

ଲକ୍ଷ୍ନୌ ପୋଲିସର ସୂଚନାନୁସାରେ, ପ୍ରାୟ 11:30 ସମୟରେ ଏକ କଲ ଆସିଥିଲା ​​। ଏହି କଲରେ କୁହାଯାଇଥିଲା, 1090 ମୁଖ୍ୟ କାର୍ଯ୍ୟାଳୟରେ ବୋମା ରଖାଯାଇଛି । ଏହା ପରେ 1090 ମୁଖ୍ୟାଳୟରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଡଗି ସ୍କ୍ୱାର୍ଡ ସାହାଯ୍ୟରେ ଏହି ବୋମା ଖୋଜିବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ପରିସରର କୌଣସି ସ୍ଥାନରେ ବୋମା ମିଳି ନଥିଲା । ପୋଲିସ କଲ୍ କରିଥିବା ମହିଳାଙ୍କୁ ଖୋଜୁଛି ।

ଏହାପୂର୍ବରୁ ଆଜି ସକାଳେ ଆଗ୍ରାସ୍ଥିତ ତାଜମହଲରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଖବର ପାଇବା ପରେ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଜମହଲର ଉଭୟ କବାଟ ବନ୍ଦ ରହିଥିଲା । ଫିରୋଜାବାଦର ଜଣେ ଯୁବକ ଫୋନରେ ବିସ୍ଫୋରକ ସାମଗ୍ରୀ ଥିବା ପୋଲିସକୁ ସୂଚନା ଦେଇଥିଲା ଯାହାକୁ ବର୍ତ୍ତମାନ ହେପାଜତକୁ ନିଆଯାଇଛି । ପଚରାଉଚରା ବେଳେ ଯୁବକ ଜଣକ କହିଛନ୍ତି ଯେ ଚାକିରୀ ନ ପାଇ ସେ ଅସନ୍ତୋଷ ଥିଲେ । ତେବେ ତାଜମହଲକୁ ବର୍ତ୍ତମାନ ଖୋଲାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
After Taj Mahal, bomb threat at woman power line 1090 head quarter in Lucknow.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X