ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ଯା ଧମକ। ଶନିବାର ଦିନ ହ୍ବାଟ୍ସ ଆପ୍ ମାଧ୍ୟମରେ ମୁମ୍ବାଇ ପୋଲିସକୁ ଏହି ସୂଚନା ମିଳିଛି। ଯାହା ପରେ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ ମେସେଜରେ ଦୁଇ ଜଣ ଆଇଏସଆଇ ଏଜେଣ୍ଟ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ବୋମା ବିସ୍ଫୋରଣ କରିବାକୁ ଯୋଜନା ବିଷୟରେ ଉଲ୍ଲେଖ କରାଯାଇଥିଲା।

ପୁଲିସ ସଂଦେହ କରୁଛି ଯେ ମେସେଜ୍ ପ୍ରେରଣକାରୀ ମାନସିକ ସ୍ତରରେ ଅସ୍ଥିର କିମ୍ବା ମଦ୍ୟପାନ କରିଥାଇ ପାରନ୍ତି, ଯଦିଓ ଏହି ମାମଲାରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଏହି ମାମଲାରେ ଭାରତୀୟ ନ୍ୟାୟିକ ସଂହିତାର ଉପଯୁକ୍ତ ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଛି। ମୁମ୍ବାଇ ଟ୍ରାଫିକ୍ ପୁଲିସ ହେଲ୍ପଲାଇନକୁ ଅତୀତରେ ଅନେକ ଧମକପୂର୍ଣ୍ଣ ମେସେଜ୍ ଆସିଛି।

Narendra modi

କେବଳ ମୋଦୀ ନୁହନ୍ତି, ବଲିଉଡ ଷ୍ଟାର ସଲମନ ଖାଁଙ୍କ ନାଁରେ ବି ଏକ ହତ୍ୟା ଧମକ ଆସିଛି । ଶୁକ୍ରବାର ପଠାଯାଇଥିବା ସଦ୍ୟତମ ବାର୍ତ୍ତାରେ ଲେଖାଯାଇଛି, "ଯଦି ସଲମାନ ଖାଁ ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସେ ରାଜସ୍ଥାନର ବିଷ୍ନୋଇ ସମ୍ପ୍ରଦାୟର ମନ୍ଦିରକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ। ଯଦି ସେମାନେ ଏହା ନ କରନ୍ତି, ତେବେ ଆମେ ସେମାନଙ୍କୁ ଶେଷ କରିଦେବୁ। ବିଷ୍ଣୋଇ ଗ୍ୟାଙ୍ଗ ଏବେ ବି ସକ୍ରିୟ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+