For Quick Alerts
Turn On Notification  
For Daily Alerts
Oneindia App Download

'ତାଜମହଲରେ ବୋମା ... !' ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍ ପରେ ବନ୍ଦ ହେଲା ତାଜମହଲ

ତାଜମହଲ ପରିସରରେ ଥିବା ଦର୍ଶକଙ୍କୁ ବାହର କରାଯିବା ସହ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରିଦିଆଯାଇଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଯେଉଁ ନମ୍ବରରୁ ଫୋନ କଲ ଆସିଥିଲା ​​ପୋଲିସ ଅନୁସନ୍ଧାନ କରିଛି ।

|

ଆଗ୍ରା : 'ତାଜମହଲରେ ବୋମା ... !' ଏପର ଏକ ଫୋନ୍ କଲ୍ ପାଇଥିଲା ପୋଲିସ୍ । ଜଣେ ଅଜ୍ଞାତ ବ୍ୟକ୍ତି ଆଗ୍ରା ପୋଲିସକୁ ଫୋନ୍ କରି ତାଜମହଲରେ ବୋମା ଥିବା ନେଇ ସୂଚନା ଦେଇଥିଲା । ଏହାପରେ ତାଜମହଲ ପରିସରରେ ଥିବା ଦର୍ଶକଙ୍କୁ ବାହର କରାଯିବା ସହ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରିଦିଆଯାଇଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଯେଉଁ ନମ୍ବରରୁ ଫୋନ କଲ ଆସିଥିଲା ​​ପୋଲିସ ଅନୁସନ୍ଧାନ କରିଛି । ଫୋନ୍ କଲ କରିଥିବା ବ୍ୟକ୍ତି ଫିରୋଜାବାଦର ବାସିନ୍ଦା ବୋଲି କୁହାଯାଉଛି ।

Taj-Mahal

ଆଗ୍ରା ଏସପି (ପ୍ରୋଟୋକଲ୍) ଶିବ ରାମ ଯାଦବ କହିଛନ୍ତି, ଆମେ କଣ୍ଟ୍ରୋଲ ରୁମରୁ ସୂଚନା ପାଇଥିଲୁ ଯେ ଜଣେ ବ୍ୟକ୍ତି ସେମାନଙ୍କୁ ପୋନ୍ କରି କହିଥିଲେ ଯେ ତାଜମହଲ ଭିତରେ ଏକ ବୋମା ରଖାଯାଇଛି । ଯାହା ଶୀଘ୍ର ବିସ୍ଫୋରଣ ହେବ । ଫିରୋଜାବାଦର ଏହି ବ୍ୟକ୍ତି ସେନା ନିଯୁକ୍ତ ହେବାଲାଗି ଚାହୁଁଥିଲେ । ତାଙ୍କ ନିଯୁକ୍ତି ବାତିଲ ହେବା ପରେ ସେ ରାଗି ଯାଇଥିଲେ । ଏଥି ସହିତ ବମ୍ ପ୍ରତିରୋଧ ସ୍କ୍ୱାଡର ଟିମ୍ ମଧ୍ୟ ଆଗ୍ରା ର ତାଜମହଲରେ ବୋମା ରଖିବା ସମ୍ପର୍କରେ ସୂଚନା ପାଇବା ପରେ ତାଜମହଲରେ ପହଞ୍ଚି ଅନୁସନ୍ଧାନ କରିଥିଲା ।

ଆଗ୍ରା ପୋଲିସ କହିଛି ଯେ, 04.03.2021 ରେ ମୋବାଇଲ୍ ନମ୍ବର 8318881301 ରୁ ଖବର ଆସିଛି ଯେ ତାଜମହଲ ନିକଟରେ ଏକ ବୋମା ରଖାଯାଇଛି ଯାହା କିଛି ସମୟ ପରେ ବିସ୍ଫୋରଣ ହେବ । ଆଗ୍ରା ପୋଲିସ ତାଜମହଲ ପରିସରର ଯାଞ୍ଚ କରିବା ସହ ବୋମାର ଅନୁସନ୍ଧାନ କରିଛି ।

ଆଗ୍ରା ରେଞ୍ଜ ଆଇଜି ଏ ସତୀଶ ଗଣେଶ କହିଛନ୍ତି ଯେ, ଜଣେ ଅଜ୍ଞାତ ବ୍ୟକ୍ତି କଲ କରି ତାଜମହଲରେ ବୋମା ବିସ୍ଫୋରଣ ହେବ ବୋଲି ସୂଚନା ଦେଇଥିଲେ । ସୂଚନା ପାଇବା ପରେ, ବମ୍ ସ୍କ୍ୱାର୍ଡ ପରିସରକୁ ଅନୁସନ୍ଧାନ କରିଥିଲେ ଏବଂ ଏପର୍ଯ୍ୟନ୍ତ ସେପରି କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ଏହି ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଟିମ୍ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ସୂଚନା ଭିତ୍ତିହୀନ, ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆସନ୍ତା ଏକ ଘଣ୍ଟା ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ପରିସର ଖୋଲାଯିବ ବୋଲି ସିଏସ୍ଏଫ୍ ଅଧିକାରୀ ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tourists evacuated from Taj Mahal Campus after getting unknown phone call on Bomb plant in Taj Mahal.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X