ବିସ୍ଫୋରଣରେ ଥରି ଉଠିଲା ପାକିସ୍ତାନ: ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ
Baluchistan Bomb Blast: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣରେ 20 ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ଥିବା ନେଇ ସୂଚନା ରହିଛି । ସେହିପରି ଏହି ବ୍ଲାଷ୍ଟରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ବିବିସି ଉର୍ଦ୍ଦୁ ପକ୍ଷରୁ ସୂଚନା ଜାରି କରାଯାଇଛି ।

ବିସିସିଆଇ ଉର୍ଦ୍ଦୁ ସୂଚନା ଅନୁସାରେ, ବାଲୁଚିସ୍ତାନର ମଷ୍ଟୁଙ୍ଗର ଅଲ ଫାଲା ରୋଡରେ ଅବସ୍ଥିତ ମଦିନା ମସଜିଦ ନିକଟରେ ଏହି ବିସ୍ଫୋରଣ ଘଟିଛି। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ବିସ୍ଫୋରଣରେ 20 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ୱାରା ବିସ୍ଫୋରଣ ହୋଇଥିବାର ସମ୍ଭାବନା ରହିଛି ବୋଲି ଜଣେ ପୋଲିସି ଅଧିକାରୀ ସୂଚଚନା ଦେଇଛନ୍ତି ।












Click it and Unblock the Notifications