ପାକିସ୍ତାନରେ ବୋମା ବିସ୍ଫୋରଣ: ୨୧ ମୃତ
Bomb Blasts At Pakistan Railway Station: ପାକିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ । ଶନିବାର ଦିନ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସୂଚନା ରହିଛି ।

ପାକିସ୍ତାନରେ ବଡ଼ ଧରଣର ବୋମା ବିସ୍ଫୋରଣ । ଶନିବାର ଦିନ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସୂଚନା ରହିଛି । ସ୍ଥାନୀୟ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।
ଏହି ଆକ୍ରମଣ ପାଇଁ ବାଲୁଚ ଲିବରେସନ ଆର୍ମି ଦାୟିତ୍ୱ ନେଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପାକିସ୍ତାନର ଉତ୍ତର-ପଶ୍ଚିମରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ବରିଷ୍ଠ ପୋଲିସ ଅଫିସର ମହମ୍ମଦ ବାଲୁଚ କହିଛନ୍ତି, ଯେତେବେଳେ ପେସାବରକୁ ଯାତ୍ରା କରିବା ପାଇଁ ଟ୍ରେନ ବାହାରୁଥିବା ସୟରେ ବିସ୍ଫୋରଣ ହୋଇଛି ।
ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାର କର୍ମଚାରୀମାନେ ବିସ୍ଫୋରଣ ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ମୃତ ଦେହ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications