ଜମ୍ମୁ-କାଶ୍ମୀରରେ ବିସ୍ଫୋରଣ, ୧୪ ଜଣ ଗୁରୁତର ଭାବେ ଆହାତ
ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ ନେଇ ସୂଚନା ମିଳିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।
ଜମ୍ମୁ-କଶ୍ମୀର: ସ୍ଥାନୀୟ ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ ନେଇ ସୂଚନା ମିଳିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।

ଖବର ପାଇ ପୋଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି । ବିସ୍ଫୋରଣର ପ୍ରକାର ଏବଂ ଏହାର ଆତଙ୍କବାଦୀ ଦିଗରୁ ତଦନ୍ତ କରାଯାଉଛି । ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ଏହା ପୂର୍ବରୁ ମଧ୍ୟ ଜମ୍ମୁକାଶ୍ମୀରରେ ବିସ୍ଫୋରଣ ହୋଇଥିଲା । ମାର୍ଚ୍ଚ ୭ ତାରିଖରେ ଏଠିକାର ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀରେ ବିସ୍ଫୋରଣ ଯୋଗୁଁ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ଜଣ ଆହତ ହୋଇଥିାଲ । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମୀଙ୍କ ସହ ୧୨ଜଣ ମହିଳା ଥିଲେ ।












Click it and Unblock the Notifications