ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଜଣେ ମଦ୍ୟପ କାର୍ ଡ୍ରାଇଭର ନୋରାଙ୍କ ଗାଡ଼ିକୁ ପିଟିଥିବା ସୂଚନା ମିଳିଛି । ଘଟଣା ପରେ ମଦ୍ୟପ ଡ୍ରାଇଭର ଗିରଫ ହୋଇଛି । ନୋରା ସୁରକ୍ଷିତ ଥିବା ସୂଚନା ରହିଛି ।

ନୋରା ଡେଭିଡ୍ ଗୁଏଟାଙ୍କ କନସର୍ଟରେ ଯୋଗଦେବା ପାଇଁ ସନବର୍ଣ୍ଣ ଫେଷ୍ଟିଭାଲକୁ ଯାଉଥିଲେ। ଏତିକିବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଅଭିନେତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଦୁର୍ଘଟଣା ପରେ, ନୋରାଙ୍କ ଟିମ୍ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଅଭିନେତ୍ରୀଙ୍କର ସିଟି ସ୍କାନ ମଧ୍ୟ କରାଯାଇଥିଲା। ସିଟି ସ୍କାନ ପରେ, ତାଙ୍କର କୌଣସି ଗୁରୁତର ଆଘାତ ହୋଇନଥିବା ଡାକ୍ତର କହିଛନ୍ତି ।












Click it and Unblock the Notifications