ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ; କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୪ ବର୍ଷ ପରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ।

Sushant Singh Rajput

ସୂଚନାମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ସିବିଆଇ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ ହୋଇଛି। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ଲଗାଇଥିବା ଆରୋପ ଏବଂ ରିୟାଙ୍କ ପକ୍ଷରୁ ସୁଶାନ୍ତଙ୍କ ପରିବାର ଉପରେ ହୋଇଥିବା ଅଭିଯୋଗ, ଦୁଇଟି ଯାକ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି ।

ତେବେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍‌‌ ଦାଖଲ କରାଯାଇପାରିବ ବୋଲି କୁହାଯାଇଛି।

ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କ ପାଖରୁ କୌଣସି ସୁସାଇଡ୍ ନୋଟ୍ ମିଳିନଥିଲା। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ମୁମ୍ବାଇ ପୋଲିସ ତାର ପ୍ରାଥମିକ ରିପୋର୍ଟରେ ଦର୍ଶାଇଥିଲା। ଘରେ ଜୋର ଜବରଦସ୍ତ କେହି ପଶିଥିବା ନେଇ ତଦନ୍ତ ବେଳେ ସୁରାକ ପାଇନଥିଲା ପୋଲିସ। ତେଣୁ ଆତ୍ମହତ୍ୟା ପଛରେ ମାନସିକ ଚାପ ହୋଇଥାଇପାରେ ବୋଲି ଅନୁମାନ କରିଥିଲା ପୋଲିସ। ପରେ ସୁଶାନ୍ତଙ୍କ ପରିବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ନାଁରେ ପାଟନା କୋର୍ଟରେ FIR ଦାଖଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+