Get Updates
Get notified of breaking news, exclusive insights, and must-see stories!

ଶିବସେନାରେ ସାମିଲ ହେଲେ ଗୋବିନ୍ଦା, ଏହି ଆସନରୁ କରିବେ ପ୍ରତିଦ୍ୱନ୍ଦିତା

ମୁମ୍ବାଇ : ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଶିନ୍ଦେଙ୍କ ଦଳ ତାଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ଟିକେଟ୍ ଦେଇପାରେ ବୋଲି ଅନୁମାନ କରାଯାଉଛି ।

ଯଦି ଏହା ଘଟେ ତେବେ ସେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ କୀର୍ତ୍ତିକରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହାପୂର୍ବରୁ ବୁଧବାର ଦିନ ଗୋବିନ୍ଦା ସିନ୍ଦେ କ୍ୟାମ୍ପ ନେତା ତଥା ପୂର୍ବତନ ଶିବସେନା ବିଧାୟକ କୃଷ୍ଣ ହେଗଡେଙ୍କୁ ଭେଟିଥିଲେ, ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ହୋଥିଲା ଭାଇରାଲ ।

govinda join shiv sena

ଶିବସେନାରେ ସାମିଲ ହେବାପରେ ଗୋବିନ୍ଦା କହିଛନ୍ତି, 'ମୋର ବନବାସ ଶେଷ ହୋଇଛି । ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁଏବେ ପ୍ରବେଶ କରିଛି । ୨୦୦୪ ରୁ ୨୦୦୯ ଯାଏଁ ମୁଁ ରାଜନୀତିରେ ଥିଲି । ତାହା ୧୪ ତମ ଲୋକସଭା ଥିଲା । ଆଉ ଏବେ ଗୋଟିଏ ଚମତ୍କାର ସଂଯୋଗ ଘଟିଛି କହିଲେ ଅତ୍ୟୁକ୍ତି ହେବନି । ଏବେ ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ମୁଁ ରାଜନୀତିକୁ ଫେରିଛି'।

ଗୋବିନ୍ଦା ପୂର୍ବରୁ ୨୦୦୪ ରେ କଂଗ୍ରେସ ଟିକେଟରେ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ନିର୍ବାଚନରେ ଜିତିଥିଲେ । ସେହି ନିର୍ବଚନରେ ବିଜେପି ପ୍ରାର୍ଥୀ ରାମ ନାୟକଙ୍କୁ ୪୮,୨୭୧ ଭୋଟରେ ପରାସ୍ତ କରିଥିଲେ । ତେବେ ଦେଖିବାର କଥା ଏଥର ଦଳ ତାଙ୍କୁ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବା ଲାଗି ମଇଦାକୁ ଓହ୍ଲାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+