ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !
ବଲାଙ୍ଗିର: ରାଜ୍ୟରେ ଦିନକୁ ଦିନ ତାତି ସହ ଗୁଳୁଗୁଳି ବୃଦ୍ଧି ହେବାରେ ଲାଗିଛି । ଆଜି ବଲାଙ୍ଗିରରେ ପାରଦ ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ବାରମ୍ବାର ବିଦ୍ୟୁତକାଟ୍ ଲୋକଙ୍କୁ ହନ୍ତସନ୍ତ କରିଛି । ଅନ୍ୟପଟେ ସହରରେ ଜଳଛତ୍ର ଖୋଲିନଥିବାରୁ ଅସନ୍ତୁଷ୍ଟ ପ୍ରକାଶ ପାଇଛି । ଆଉ ଏଭଳି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସି ପହଁଞ୍ଚିଛି । ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
ମୃତକ ଖୁଜେନପାଲିର ୩୦ ବର୍ଷୀୟ ଯୁବକ ତ୍ରିନାଥ ବକୁଲ । ବଜାରରୁ ଫେରି ଘରେ ଅସୁସ୍ଥ ହେବା ପରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆଉ ତାଙ୍କ ପରିବାର ଲୋକେ ଅଂଶୁଘାତରେ ତ୍ରିନାଥ ବକୁଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ସଦର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ସେପଟେ ସାରା ରାଜ୍ୟ ଆଜି ତାତିରେ ଫୁଟିଛି । ୪୦ ଡିଗୀ ଟପିଛି ଟପିଛି ୫ ସହର ।

ଆଉ ଆଜି ରାଜ୍ୟରେ ୪୧ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର ହୋଇଛି । ବୌଦ୍ଧ ଏବଂ ଟିଟିଲାଗଡ଼ ତାପମାତ୍ରା ୪୦.୫ ଡିଗ୍ରୀ ବଲାଙ୍ଗିର ୪୦.୨ ଏବଂ ନୟାଗଡ଼ ୪୦ ଡିଗ୍ରୀ ସେଲସିୟସ । କଟକ ୩୭.୬ ଏବଂ ଭୁବନେଶ୍ୱର ୩୭ ଡିଗ୍ରୀ ସେଲସିୟସ ରହିଛି ।












Click it and Unblock the Notifications